ଦେଶ- ବିଦେଶ
ବରିଷ୍ଠ ସିପିଆଇଏମ୍ ନେତା ସୀତାରାମ ୟେଚୁରିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଆଇସିୟୁରେ ଭର୍ତ୍ତି
CPI(M)ର ବରିଷ୍ଠ ନେତା ସୀତାରାମ ୟେଚୁରିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡ଼ିଛି । ଦିଲ୍ଲୀ ଏମ୍ସର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ୟେଚୁରିଙ୍କ ଶ୍ୱାସନଳୀରେ ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭୨ ବର୍ଷୀୟ ୟେଚୁରିଙ୍କୁ ପୂର୍ବରୁ ଅଗଷ୍ଟ ୧୯ରେ ନିମୋନିଆ ସହ ଛାତିରେ ସଂକ୍ରମଣ ହେତୁ ଏମ୍ସ ନିଆଯାଇଥିଲା ।
ସିପିଆଇଏମ୍ ସାଧାରଣ ସମ୍ପାଦକ ଅଛନ୍ତି ସୀତାରାମ ୟେଚୁରି ।
ସିପିଆଇଏମ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସୀତାରାମ ୟେଚୁରିଙ୍କ ଶ୍ୱାସନଳୀରେ ସଂକ୍ରମଣ ହୋଇଛି । ଏହି କାରଣରୁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛି ।
କହି ରଖୁଛୁ, ଅଗଷ୍ଟ ୧୯ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୟେଚୁରିଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ସେ ନିଜର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ ।