ଦେଶ- ବିଦେଶ
ମହାକୁମ୍ଭରେ ମହାପ୍ରସାଦ ରାନ୍ଧିଲେ ଗୌତମ ଅଦାନୀ, ଭାଇରାଲ ହେଲା ଭିଡିଓ

ପ୍ରୟାଗରାଜ: ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଶିଳ୍ପପତି ଗୌତମ ଅଦାନୀ ଆଜି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପହଞ୍ଚିଥିଲେ। ଏହି ସମୟରେ, ସେ ଆଦାନୀ ଗ୍ରୁପ୍ ଏବଂ ଇସ୍କନ ସହଯୋଗରେ ଚାଲିଥିବା ରୋଷେଇଶାଳକୁ ଯାଇ ପ୍ରସାଦ ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ ବୋଲି ଜଣାପଡ଼ିଛି। କେବଳ ଏହା ନୁହେଁ, ସେ ନିଜେ ମଧ୍ୟ ପ୍ରସାଦ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ ବୋଲି ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ସହିତ ଇସ୍କନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ କୁହାଯାଉଛି।




