ଭାରତରେ ଲଞ୍ଚ୍ ହେଲା ଗୁଗଲ ପିକ୍ସେଲ ୯ ସିରିଜ୍ ସ୍ମାର୍ଟଫୋନ୍: ଦାମ୍ ପାଖାପାଖି ୨ ଲକ୍ଷ
ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହେଲା ଗୁଗଲ ପିକ୍ସେଲ ୯ ସିରିଜ୍ ସ୍ମାର୍ଟଫୋନ୍। ଏଥିରେ ବିଭିନ୍ନ ରଙ୍ଗର ୪ ଟି ନୂଆ ଫୋନ୍ ଲଞ୍ଚ ହୋଇଛି। ଏହି ସିରିଜରେଫୋଲ୍ଡ ଭର୍ସନ ବି ଦେଖିବାକୁ ମିଳିବ। ଲଞ୍ଚ ହୋଇଥିବା ୪ ଫୋନ ହେଲା Pixel 9, Pixel 9 Pro, Pixel 9 Pro XL, ଏବଂ Pixel 9 Pro Fold। ଏବେ ଆସନ୍ତୁ ଏହି ଫୋନ୍ଗୁଡ଼ିକର ପ୍ରାଇସ ଓ ଫିଚର୍ସ ବିଷୟରେ ଜାଣିବା।
ମଙ୍ଗଳବାର(୧୩ ଅଗଷ୍ଟ) ଲଞ୍ଚ ହୋଇଛି ଗୁଗଲ ପିକ୍ସେଲ ୯ ସିରିଜ୍ ସ୍ମାର୍ଟଫୋନ। Pixel 9, Pixel 9 Pro, Pixel 9 Pro XL, ଏବଂ Pixel 9 Pro Fold ଏଭଲି ୪ଟି ମଡେଲ ଲଞ୍ଚ ହୋଇଛି। ସବୁଠାରୁ ବଡ଼ କଥା ହେଲା କମ୍ପାନୀ ଏହି ସମସ୍ତ ସ୍ମାର୍ଟଫୋନ୍ରେ ୭ ବର୍ଷ ଯାଏ ଅପ୍ଡେଟ୍ ଦେବ ବୋଲି ଘୋଷଣା କରିଛି। ପିକ୍ସେଲ ୯ରେ ୧୨ ଜିବି ରାମ ମିଳୁଥିବା ବେଳେ ଅନ୍ୟ ୩ ଫୋନରେ ୧୬ ରାମ ରହିଛି।
Pixel 9କୁକମ୍ପାନି ୧୨ ଜିବି + ୨୫୬ ଜିବି ଷ୍ଟୋରେଜ ସହ ଲଞ୍ଚ କରଛି। ଏହା କେବଳ ଗୋଟିଏ ଭାରିଆଣ୍ଟରେ ରହିଛି। ପିକ୍ସେଲ ୯ରେ ୧୨୦ ହର୍ଟଜ ରିଫ୍ରେଶ ରେଟ ସପୋର୍ଟ ସହ ୬.୩ ଇଞ୍ଚର OLED ଡିସପ୍ଲେ ରହିଛି। ପ୍ରୋଟେକ୍ସନ ପାଇଁ ଏଥିରେ ଗରିଲା ଗ୍ଲାସ ଭିକ୍ଟସ ୨ ଦିଆଯାଇଛି। ସ୍ମାର୍ଟଫୋନରେ Google Tensor G4 ଏବଂ Titan M2 ସିକ୍ୟୁରିଟି ଚିପ ରହିଛି। କ୍ୟାମେରାରେ ୫୦ ମେଗା ପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ୪୮ ମେଗାପିକ୍ସେଲର ଅଲ୍ଟ୍ରା ୱାଇଡ ଲେନ୍ସ ଦିଆଯାଇଛି। ସେହିଭଳି ୧୦.୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ଏବଂ ୪୫W ଫାଷ୍ଟ ଚାର୍ଜିଂ ସହ ୪୭୦୦ mAhର ବ୍ୟାଟେରୀ ସପୋର୍ଟ ଦିଆଯାଇଛି।
ସେହିଭଳି ପିକ୍ସେଲ ୯ ପ୍ରୋରେ ୧୬ ଜିବି ରାମ+୨୫୬ ଜିବି ଷ୍ଟୋରେଜରେ ରହିଛି, ଯାହାର ଦାମ ୧,୨୪,୯୯୯ ଟଙ୍କା ରଖାଯାଇଛି। ଦୁଇଟି ଯାକ ପ୍ରୋ ମଡେଲ ଚାରିଟି କଲର ଅପ୍ସନ ସହ ମିଳିବ। ଗୁଗଲ ପିକ୍ସେଲ ୯ ପ୍ରୋରେ ୬.୩ ଇଞ୍ଚର ଡିସପ୍ଲେ ରହିଥିବା ବେଳେ ଏକ୍ସଏଲ ମଡେଲ୍ରେ ୬.୮ ଇଞ୍ଚର OLED ଡିସପ୍ଲେ ଦିଆଯାଇଛି। ଏଥିରେ ମଧ୍ୟ ୧୨୦ ହର୍ଟଜର ରିଫ୍ରେଶ ରେଟ ସପୋର୍ଟ ରହିବ। ଉଭୟ ମଡେଲ୍ରେ Tensor G4 ପ୍ରୋସେସର ଏବଂ Titan M2 ସିକ୍ୟୁରିଟି ଚିପ ଦିଆଯାଇଛି।
ସ୍ମାର୍ଟଫୋନରେ ୫୦ +48 + 48 ମେଗାପିକ୍ସେଲ୍ର ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିଥିବା ବେଳେ ୪୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ପିକ୍ସେଲ ୯ ପ୍ରୋରେ ୪୭୦୦ mAhବ୍ୟାଟେରୀ ଦିଆଯାଇଛି। ସେହିପରି ଏକ୍ସଏଲ ମଡେଲ୍ରେ ୫୦୬୦ mAhବ୍ୟାଟେରୀ ସହ ୪୫W ଫାଷ୍ଟ ଚାର୍ଜିଂ ଏବଂ ୱାୟାରଲେସ ଚାର୍ଜିଂ ସପୋର୍ଟ ରହିଛି।
ସେହିପରି Google Pixel 9 Pro Foldରେ ୬.୩ ଇଞ୍ଚର କଭର ଡିସପ୍ଲେ ଦିଆଯାଇଛି। ଏହାସହ ଏଥିରେ ୮ ଇଞ୍ଚର ଫୋଲ୍ଡିଂ ଡିସପ୍ଲେ ରହିଛି। ଏହା ବିଶ୍ୱର ସବୁଠାରୁ ବଡ଼ ଫୋଲ୍ଡିଂ ସ୍ମାର୍ଟଫୋନ୍ ସ୍କ୍ରିନ ବୋଲି ଗୁଗଲ ଦାବି କରିଛି। ଉଭୟ ଡିସ୍ପ୍ଲେ ଏଚଡିଆର ସପୋର୍ଟ ସହ କର୍ଣ୍ଣିଂ ଗରିଲା ଗ୍ଲାସ ଭିକ୍ଟସ ୨ ସୁକ୍ଷା ଦିଆଯାଇଛି। Google Tensor G4 ଚିପ ଦିଆଯାଇଥିବା ବେଳେ ୧୬ ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ ସହ ଏହା ବଜାରରେ ଉପଲବ୍ଧ ହେବ।
କ୍ୟାମେରା କଥା ଦେଖିଲେ- ୪୮ ମେଗାପିକ୍ସେଲ ୱାଇଡ୍ କ୍ୟାମେରା, ୧୦.୫ ମେଗାପିକ୍ସେଲ ଅଲ୍ଟ୍ରାୱାଇଡ ଲେନ୍ସ ଏବଂ ୧୦.୮ ମେଗାପିକ୍ସେଲର ୫ଏକ୍ସ ଅପ୍ଟିକାଲ ଜୁମ ୨୦ ଏକ୍ସ ସୁପ ରିଜୋଲ୍ୟୁସନ ଜୁମ ବାଲା ଟେଲିଫଟୋ ସେନ୍ସର ଦିଆଯାଇଛି। ସେହିପରି ଫ୍ରଣ୍ଟରେ ୧୦ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ୪୫ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୪୬୫୦ ଏମଏଏଚର ବ୍ୟାଟେରି ରହିଛି। ଏହା କ୍ୟୁଆଇ ସାର୍ଟିଫାଏଡ ୱାୟାରଲେସ୍ ଚାର୍ଜିଂ ସପୋର୍ଟ କରିବ।