ଦେଶ- ବିଦେଶ

ବିଜ୍ଞାପନ ଉପରେ ଭରସା କରନ୍ତି ନାହିଁ ୭୮ ପ୍ରତିଶତ ଲୋକେ, ଫିଲ୍ମ କିମ୍ବା କ୍ରିକେଟ୍ ଷ୍ଟାରଙ୍କୁ ବି ନାହିଁ ବିଶ୍ୱାସ୍

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀ ନିଜର ପ୍ରଡକ୍ଟର ପ୍ରଚାର-ପ୍ରସାର ପାଇଁ ବିଜ୍ଞାପନର ସାହାରା ନିଅନ୍ତି। ଲୋକେ ଯେମିତି ଏହାକୁ ବିଶ୍ୱାସ୍ କରିବେ, ଓ ତାଙ୍କ ପ୍ରଡକ୍ଟ କିଣିବେ ଏଥିପାଇଁ ବଡ଼ ବଡ଼ ଫିଲ୍ମ ଷ୍ଟାର୍ ଓ ଖେଳାଳିଙ୍କ ଦ୍ୱାରା ଆଡଭାଟାଇଜ୍ କରନ୍ତି। କିନ୍ତୁ ସତରେ କ’ଣ ଏହି ବିଜ୍ଞାପନର ପ୍ରଭାବ ଲୋକଙ୍କ ଉପରେ ପଡେ ? ଏହାକୁ ନେଇ ଏକ ସର୍ଭେ ହୋଇଥିଲା।

ଏହି ସର୍ଭେରେ ଯେଉଁ ତଥ୍ୟ ଆସିଛି ତାହା ହୁଏତ ବିଜ୍ଞାପନଦାତା କମ୍ପାନୀଗୁଡିକୁ ନିରାଶ କରିପାରେ।

ହଜାର ହଜାର କମ୍ପାନୀ ମାଳ ମାଳ ବିଜ୍ଞାପନ। ବଡ଼ ଫିଲ୍ମ ଷ୍ଟାର୍ ଓ କ୍ରିକେଟ୍ ଷ୍ଟାରଙ୍କ ପ୍ରଚାର। ଏସବୁ ସତ୍ତ୍ୱେ ବି ବିଜ୍ଞାପନ ଉପରେ ଆଉ ଲୋକଙ୍କ ଭରସା ପାଉ ନାହିଁ। ବିଜ୍ଞାପନରେ ସେଲିବ୍ରିଟିଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ମଧ୍ୟ ବିଭ୍ରାନ୍ତିକର ହେଉଥିବାରୁ ଲୋକେ ଆଉ ସେମାନଙ୍କ ଉପରେ ମଧ୍ୟ ବିଶ୍ୱାସ କରିପାର ନାହାନ୍ତି। ଲୋକାଲସର୍କଲ୍ସ (LocalCircles) ନାମକ ଏକ ସଂସ୍ଥା ଏହି ସର୍ଭେ କରିଥିଲା। ଦେଶର ୩୧୨ ଜିଲ୍ଲାରେ ୩୭ ହଜାର ଲୋକଙ୍କୁ ନେଇ ସର୍ଭେ କରାଯାଇଥିବା ବେଳେ ରିପୋର୍ଟ ବିଜ୍ଞାପନଦାତାଙ୍କ ପାଇଁ ନକାରାତ୍ମକ ହୋଇଛି।

ସେର୍ଭେରେ ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ବିଜ୍ଞାପନ ଉପରେ କେତେ ବିଶ୍ୱାସ ରହିଛି ? ଏବଂ ସେଲିବ୍ରିଟିଙ୍କ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ କରାଯାଉଛି କି ? ବୋଲି ପ୍ରଶ୍ନ କରାଯାଇଥିଲା। ଯେଉଁଥିରେ ପ୍ରଥମ ପ୍ରଶ୍ନର ଉତ୍ତରରେ ୭୮ ପ୍ରତିଶତ ଲୋକେ ବିଜ୍ଞାପନ ଉପରେ ଭରଷା କମୁଥିବା କହିଛନ୍ତି। ସେହିପରି ୮୪ ପ୍ରତିଶତ ଲୋକ କହିଛନ୍ତି, ସେମାନେ ପ୍ରଥମେ ସେଲିବ୍ରିଟି ପ୍ରଚାର କରୁଥିବା ବିଜ୍ଞାପନ ଦେଖି ବିଶ୍ୱାସ କରୁଥିଲେ। ହେଲେ ପରେ ଏଗୁଡ଼ିକ ମିଛ ପ୍ରମାଣିତ ହେବାରୁ ଫ୍ୟାନ୍ ନିରାଶ ହୋଇଥିଲେ। ସେହିଭଳି ଏହି ୭୮ ପ୍ରତିଶତ ଗ୍ରାହକ କହିଛନ୍ତି ବିଜ୍ଞାପନ ଉଦ୍ୟୋଗକୁ, କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (ସିସିପିଏ) ଭଳି ସଂସ୍ଥାଙ୍କ ଦ୍ୱାରା ନିୟନ୍ତ୍ରଣ କରାଯିବା ଦରକାର ବୋଲି ମତ ଦେଇଥିଲେ।

ବିଜ୍ଞାପନ କମ୍ୟୁନିକେଶନର ଏକ ବଳିଷ୍ଠ ମାଧ୍ୟମ। ଏଥିରେ ଲୋକେ ପ୍ରଭାବିତ ହେବାର ସମ୍ଭାବନା ଥାଏ। ତେଣ ବିଜ୍ଞାପନଦାତାଙ୍କ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବିଜ୍ଞାପନରେ କୌଣସି ସତ୍ୟତା ନଥିବାରୁ ଅନେକ ସମୟରେ ଏହା ଲୋକଙ୍କୁ ଭ୍ରମିତ କରୁଥିବାରୁ ଲୋକଙ୍କ ଭରସା ବିଜ୍ଞାପନ ଉପରେ ଉଠିଗଲାଣି। ଆଗକୁ ଯେମିତି ହୁଏ ତେବେ ଭାରତୀୟ ବିଜ୍ଞାପନ ଇଣ୍ଡଷ୍ଟ୍ରୀ ଉପରେ ଏହାର ପ୍ରଭାବ ପଡ଼ିବ।

ଡେନ୍ସୁ ଇଣ୍ଡିଆ ଗତ ଫେବ୍ରୁଆରୀରେ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ୨୦୨୩ରେ ବିଜ୍ଞାପନ ଇଣ୍ଡଷ୍ଟ୍ରୀ ୯୩,୧୬୬ କୋଟିରେ ପହଞ୍ଚିଥିଲା। ଏଥିରେ ୯.୮୬ ପ୍ରତିଶତ ବୃଦ୍ଧି ହୋଇଥିଲା। ତେବେ ୨୦୨୫ ବେଳକୁ ଏହା ୧ ଲକ୍ଷ ୧୨ ହଜାର, ୪୫୩ କୋଟି ଟଙ୍କାରେ ପହଞ୍ଚି ବୋଲି ଆକଳନ କରାଯାଉଛି। ହେଲେ ଲୋକଙ୍କ ବିମୁଖତା ବିଜ୍ଞାପନ ଇଣ୍ଡଷ୍ଟ୍ରୀ ପାଇଁ କାଳ ସାଜିପାରେ। ତେଣୁ ସରକାର ଏ ଦିଗରେ ପଦକ୍ଷେପ ନେଇ ଭ୍ରମିତ କରୁଥିବା ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବା ଦରକାର ବୋଲି LocalCircles ସର୍ଭେ ରିପୋର୍ଟରେ କୁହାଯାଇଛି ।

ସୂଚନାଥାଉକି, ବର୍ତ୍ତମାନ ବିଭ୍ରାନ୍ତିକର ବିଜ୍ଞାପନକୁ ଆଡଭରଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ୍ ଇଣ୍ଡିଆ (ASCI), ପ୍ରେସ କାଉନସିଲ ଅଫ୍ ଇଣ୍ଡି ଏବଂ ଜାତୀୟ ଗ୍ରାହକ ସୁରକ୍ଷା ହେଲପଲାଇନ ପରିଚାଳନା କରୁଛନ୍ତି। ଏଥିରେ କୌଣସି ତ୍ରୁଟି ଥିଲେ ଏମାନେ ତାର ଯାଞ୍ଚ କରୁଛନ୍ତି।

ନିକଟରେ ସୁପ୍ରିମକୋର୍ଟ ମଧ୍ୟ ପତଞ୍ଜଳି କେସର ଶୁଣାଣି ସମୟରେ ମିଛି ଓ ବିଭ୍ରାନ୍ତିକର ବିଜ୍ଞାପନ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ। କୌଣସି ଉତ୍ପାଦର ବିଜ୍ଞାପନ ଦେବା ପୂର୍ବରୁ ଏକ ସେଲ୍ଫ ଡିକ୍ଲାରେସନ ଫର୍ମ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିରେ କମ୍ପାନି ଯେଉଁ ଉତ୍ପାଦର ବିଜ୍ଞାପନ କରୁଛନ୍ତି ତାହା ବିଭ୍ରାନ୍ତିକର ନୁହେଁ ବୋଲି ତାହା ସୂଚାଇବାକୁ ପଡ଼ିବ। ଏହା ସହ ସୁପ୍ରିମକୋର୍ଟ ଉତ୍ପାଦର ବିଜ୍ଞାପନ କରୁଥିବା ଇନଫ୍ଲୁଏନ୍ସର ଏବଂ ସେଲିବ୍ରିଟିଙ୍କୁ ମଧ୍ୟ ଏହାକୁ ନିଜର ଉତ୍ତର ଦାୟିତ୍ୱ ସହ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button