ଦେଶ- ବିଦେଶ

ସେପ୍ଟେମ୍ବରରୁ ଆଉ ଆସିବନି ଫେକ୍ କଲ୍: ମିଛ କଲ୍ କରି ଠକିଲେ ସିମ୍ ହେବ ବ୍ଲକ୍, ଟ୍ରାଇର କଡ଼ା ନିୟମ

ନୂଆଦିଲ୍ଲୀ: ହଠାତ୍ ଆପଣଙ୍କୁ ଏକ ଅଜଣା ନମ୍ବରରେ କଲ୍ ଆସିବ। କଲ୍ କରିଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେବେ, ଆଉ କହିବେ ଆପଣଙ୍କ KYC ଅପ୍ଡେଟ୍ କରାନ୍ତୁ ନହେଲେ ଆକାଉଣ୍ଟ ବ୍ଲକ ହେଇଯିବ। ଆଉ ଆପଣ ଭୟରେ ତାଙ୍କ କହିବା ମୁତାବିକ କାମ କରିବେ। ତାଙ୍କୁ ଓଟିପି ଦେବେ। ବାସ୍ ଏହାପରେ ଆପଣଙ୍କ ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା।

କିଛି ବୁଝିଲା ବେଳକୁ ଆପଣ ସ୍ପାମ କଲ୍ ଠକେଇରେ ଶିକାର ହୋଇସାରିଥିବେ। ଆଉ ଏହି ସ୍ପାମ୍ କଲ୍କୁ ରୋକିବାକୁ ଟ୍ରାଇ ସେପ୍ଟେମ୍ବରରେ କଡ଼ା ନିୟମ ଆଣିବାକୁ ଯାଉଛି। ନିୟମ ନ ମାନିଲେ ସିମ୍ ବ୍ଲକ୍ ହୋଇପାରେ।

ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ଫେକ୍ କଲ, ମେସେଜ ଓ ଫେକ୍ ଲିଙ୍କରୁ ମୁକ୍ତି ମିଳିବ। କାରଣ ଟେଲିକମ ଅଥୋରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଗତ ଅଗଷ୍ଟ ୮ ତାରିଖରେ ଟ୍ରାଇ ଟେଲିକମ ସର୍ଭିସ ପ୍ରୋଭାଇଡର୍ସ ଏୟାରଟେଲ, ଜିଓ, ବିଏସଏନଏଲ, ଭିଆଇ ସମେତ ଟେଲିମାର୍କେଟରଙ୍କ ସହ ଏକ ବୈଠକ ହୋଇଥିଲା। ଯେଉଁଥିରେ ମାର୍କେଟିଙ୍ଗ କଲ ଏବଂ ମେସେଜ ପାଇଁ ଏକ ଆଡଭାଇଜରି ଜାରି କରାଯାଇଛି। ଏହା ଅନୁଯାୟୀ, ଯେଉଁ କମ୍ପାନିର ନମ୍ବରରୁ ଫେକ୍ କଲ୍ ଆସିବ, ଏଥିପାଇଁ ସେହି କମ୍ପାନି ଦାୟୀ ରହିବେ। ଏହା ବ୍ୟତୀତ ଯଦି କେହି ଟେଲିମାର୍କେଟର, ଟେଲିକମ ୟୁଜରଙ୍କୁ ଫେକ କଲ୍ କିମ୍ବା ମେସେଜ କରୁଛନ୍ତି ତେବେ ତାଙ୍କୁ ବ୍ଲାକ୍ ଲିଷ୍ଟ କରାଯିବ।

କେବଳ ସେତିକି ନୁହେଁ, କୌଣସି ଗ୍ରାହକଙ୍କ ତରଫରୁ ଫେକ୍ କଲ୍ ରିପୋର୍ଟ ହେଲେ ଏହା ଉପରେ ତୁରନ୍ତ ସେହି ଟେଲିକମ୍ କମ୍ପାନିଙ୍କୁ ଆକ୍ସନ ନେବାକୁ ହେବ। ଏହା ସହ ଟ୍ରାଇ ଆହୁରି କହିଛି ଯଦି କେହି ବ୍ୟକ୍ତି ନମ୍ବର ନେବା ପରେ ଏହାର ବ୍ୟବହାର ଟେଲିମାର୍କେଟିଙ୍ଗ ପାଇଁ କରୁଛନ୍ତି ତେବେ ତାକୁ ତୁରନ୍ତ ବ୍ଲକ କରିଦିଆଯିବ। ନମ୍ବରକୁ ୨ ବର୍ଷ ପାଇଁ ବ୍ଲାକ୍ ଲିଷ୍ଟ କରିଦିଆଯିବ।

ସେପଟେ ଜିଓ, ରିଲାଏନ୍ସ ଏବଂ ଭାରତୀ ଏୟାରଟେଲ ଆଦି ଟେଲିକମ କମ୍ପାନୀ କିଛି ସୋସିଆଲ୍ ମିଡିଆ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ହ୍ୱାଟ୍ସଆପ, ଗୁଗଲ ଆରସିଏସ ଏବଂ ଟେଲିଗ୍ରାମ ଭଳି ଆପ୍ ଉପରେ ନିୟନ୍ତ୍ରଣ ଲଗାଇବାକୁ ଟ୍ରାଇ ଆଗରେ ଅପିଲ କମ୍ପାନୀ। ସେମାଙ୍କ ଅଭିଯୋଗ ଯେ ଏହି ଓଟିଟି ଆପ୍ କଲ, ମେସେଜ ଓ ଭିଡିଓ କଲ୍ ଭଲି ସମାନ ଫିଚର୍ସ ଦେଉଛନ୍ତି, ଯାହା ଟେଲିକମ୍ କମ୍ପାନୀମାନେ ଦେଉଛନ୍ତି। ତେଣୁ ଏମାନଙ୍କ ଉପରେ ମଧ୍ୟ ଟେଲିକମ ଆକ୍ଟ ଭଳି ନିୟମ ଲାଗୁ କରଯାଉ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପଟେ ଓଟିଟି ଆପ୍ଗୁଡ଼ିକ ଏହି ଦାବିକୁ ବିରୋଧ କରିବା ସହ ଆମେ ପୂର୍ବରୁ ହିଁ ଆଇଟି ଆକ୍ଟରେ ଅଧୀନରେ ରହିଛୁ ବୋଲି ସେମାନେ ଦାବି କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button