ଅପରାଧ

ପିତା ର ସହମତିରେ ୩୦ ଲୋକ କଲେ ନିରୀହ ଝିଅର ରେପ୍, ଯିବା ପୂର୍ବରୁ ଝିଅଟି ମା ପାଇଁ ଲେଖିଗଲା କିଛି ଏମିତି…

ମାନବିକତା କୁ ଲଜ୍ୟାଜନକ କରିଦେଉଥିବା ଏକ ଘଟଣା କେରଳ ର ମମଲ୍ଲପୁରମ ଜିଲ୍ଲା ରେ ସାମ୍ନାକୁ ଆସିଅଛି । ଏକ ଗରିବ ପରିବାର ର ନାବାଳିକା ଛାତ୍ରୀ ସହ ଦୁଇ ବର୍ଷ ପର୍ଯ୍ୟନ୍ତ ୩୦ରୁ ବି ଅଧିକ ଲୋକ ଦୁଷ୍କର୍ମ କରୁଥିଲେ । ଏହି ଅତ୍ୟାଚାର ଛାତ୍ରୀ ସହ ତେବେ ଆରମ୍ଭ ହେଲା ଯେତେବେଳେ ସେ ୧୦ ବର୍ଷର ଥିଲା । ଏହି କଥା ଗତ ସପ୍ତାହ ରେ ସମସ୍ତଙ୍କ ନଜରକୁ ଆସିଛି, ଯେବେ ସେହି ଝିଅଟିର ସ୍କୁଲ ତରଫରୁ ଏକ କାଉନ୍ସଲିଙ୍ଗ ର ଆୟୋଜନ ହୋଇଥିଲା ।

 

ଏକ କାଉନ୍ସଲର ର ବିଶ୍ବାସ ପାଇ ଝିଅ ନିଜ ନୀରବତା ଭାଙ୍ଗିଥିଲା । ଗତ ଶନିବାର ଦିନ ପ୍ରଶାସନ ତରଫରୁ ଝିଅ କୁ ଶେଲଟର ହୋମ ରେ ରଖା ଯାଇଛି । ପୀଡିତା ଛାତ୍ରୀ କୁ ଯେତେବେଳେ ଶେଲଟର ହୋମ ନିଆ ଯାଉଥିଲା ଝିଅ ଯିବା ପୂର୍ବରୁ କବାଟ ରେ ‘ସରି ମା’ ଲେଖିକି ନିଜ ମାକୁ କ୍ଷମା ମାଗିଲେ ।

 

କାଉନ୍ସଲର କହିଲେ ଏହି ଘଟଣା ରୁ ଝିଅ ଉପରେ ମାନସିକ ଆଘାତ ହୋଇଛି । ବଳାତ୍କାରୀ ମାନଙ୍କ ମଧ୍ୟରେ ଜଣେ ତ ସେହି ଝିଅ ବାପାଙ୍କର ସାଙ୍ଗ ଥିଲା, ଯିଏ କି ଝିଅ ସହ ପ୍ରଥମେ ଦୁଷ୍କର୍ମ କରିଥିଲା । ଏହା ପରେ ସେହି ଲୋକ ଲଗାତର ଅନ୍ୟ ଲୋକଙ୍କୁ ନେଇ ଝିଅ ଘରକୁ ଆସୁଥିଲା ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି କାମ ଚାଲିଥିଲା ।

 

ଝିଅ ନିଜ ବୟାନ ରେ ପୋଲିସ କୁ କହିଲେ ଯେ ଗରିବ ହବା କାରଣରୁ ଝିଅ ର ପିତାକୁ ତାଙ୍କ ସାଙ୍ଗ ଆର୍ଥିକ ସାହାଯ୍ୟ କରୁଥିଲେ । ଯେତେବେଳେ ଝିଅ କୁ ପଚରା ହେଲା ତମ ସହ କଣ ହୋଇଛି ସେ କାନ୍ଦି କାନ୍ଦି କହିଲା ଆମ ଘରେ ମୋ ଜେଜେମା ଅଛି ଯାହା ଚିକିତ୍ସା ପାଇଁ ଆମ ପାଖେ ପଇସା ନାହିଁ ଏବଂ ଘର ଭଡା ଦବା ଆମ ପାଇଁ କଷ୍ଟକର ଅଟେ ।

 

କାଉନ୍ସଲର ଅନୁଯାଇ ପୀଡିତା କୁ ଏହି କଥାପାଇଁ ଦୁଃଖ ଅଛି କି ସେ ନିଜ ଘର ପରିସ୍ଥିତି କୁ ଏଭଳି ଭାବରେ ଛାଡିକି ଆସିଲେ । ଏହି ଦୁଷ୍କର୍ମ ପାଇଁ ଝିଅ ର ମା ବାପା ଦୁହିଁଙ୍କର ଅନୁମତି ଥିଲା ଏବଂ ଝିଅ କୁ ଡର ଥିଲା ଯେ ପୋଲିସ ଏହି କଥା ଜାଣିଲେ ତା ବାପାଙ୍କୁ ଜେଲ ହୋଇଯିବ । ଏହା ବି ଜଣା ପଡିଚଛି କି ବେରୋଜଗାର ବାପା ତାର ମା’କୁ ମଧ୍ୟ ବେଶ୍ୟାବୃତିରେ ଲାଗାଇଥିଲା । ଝିଅ ର ବୟାନ ଜଜ୍ ଙ୍କ ସାମ୍ନା ରେ ଲେଖା ଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button