ଅପରାଧ

ନୂଆବର୍ଷ ପାଇଁ ସାମଗ୍ରୀ କିଣିବାକୁ ଶାଶୁଙ୍କ ସହିତ ବଜାରକୁ ଯାଇଥିବା ବୋହୂ ପ୍ରେମିକ ସହ ହେଲା ଫେରାର – Kalinga News

[ad_1]

ନୂଆଦିଲ୍ଲୀ: ନୂଆବର୍ଷ ପାଳନ ପାଇଁ ସମସ୍ତଙ୍କ ଘରେ ଜୋରସୋର ପ୍ରସ୍ତୁତି ଚାଲିଥିଲା। ଏହି କ୍ରମରେ ଉତ୍ତରପ୍ରଦେଶର ବାନ୍ଦାରେ ଥିବା ଏକ ପରିବାର ନୂଆବର୍ଷ ପାଇଁ ‌ପ୍ରସ୍ତୁତି କରିବା ପାଇଁ ଶାଶୁ ତାଙ୍କ ବୋହୂଙ୍କୁ ଧରି ବଜାରକୁ ଯାଇଥିଲେ। କିନ୍ତୁ ‌ବୋହୂ ଶାଶୁଙ୍କ ସହିତ ନୂଆବର୍ଷ ପାଇଁ ବଜାର କ’ଣ କରିବେ ସେ ତାଙ୍କ ଦୀର୍ଘଦିନର ପ୍ରେମିକ ସହ ଫେରାର ହୋଇଯାଇଥିଲେ।

ବାନ୍ଦା ଜିଲ୍ଲାର ବିସଣ୍ଡା ଥାନା ଅଞ୍ଚଳରେ ରହୁଥିବା ବୃଦ୍ଧ ପୁଲିସରେ ଅଭିଯୋଗ କରି କହିଛନ୍ତି,‘ମୋର ସ୍ତ୍ରୀ ଓ ବୋହୂ ନୂଆବର୍ଷ ପାଳନ ପାଇଁ କିଛି ସାମଗ୍ରୀ କିଣିବା ପାଇଁ ବଜାରକୁ ଯାଇଥିଲେ। ହଠାତ ବଜାରରୁ ବୋହୂ କେଉଁଆଡେ ଚାଲିଗଲା ଯେ ଆମେ ତାକୁ ଯେତେ ଖୋଜାଖୋଜି କରି ଥିଲୁ ପାଇ ନଥିଲୁ। ତେଣୁ ମୋର ଅନୁରୋଧ ବୋହୂକୁ ଯଥାଶୀଘ୍ର ଖୋଜି ଆଣନ୍ତୁ।’

ଅନ୍ୟପକ୍ଷରେ ଫେରାର ମହିଳାଙ୍କୁ ଜାଣିଥିବା କିଛିଲୋକ କହିଛନ୍ତି, ‘ ଉକ୍ତ ମହିଳାଙ୍କ ତାଙ୍କ ଘର ପାଖରେ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଘରଲୋକ ଏସମ୍ପର୍କରେ ରାଜି ନହୋଇ ଅନ୍ୟତ୍ର ବିବାହ କରାଇ ଦେଲେ। ବିବାହକୁ ୩ବର୍ଷ ବିତିଯାଇଥିଲେ ବି ମହିଳା ତାଙ୍କ ପ୍ରେମିକଙ୍କ ସହିତ ଯୋଗାଯୋଗରେ ଥିଲେ। ନୂଆବର୍ଷ ପୂର୍ବଦିନ ରାତିରେ ମହିଳା ଶାଶୁଙ୍କ ସହ ବଜାରକୁ ଆସିବାର ବାହାନା କରି ପ୍ରେମିକ ସହ ଚମ୍ପଟ ମାରିଥିଲେ।

ପୁଲିସ ଏହି ଘଟଣାର ସବୁ ଦିଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରିଛି। ଏଥିସହିତ ବୋହୂ କେଉଁଠି ଅଛି ଆଉ କାହା ସହିତ ଫେରାର ହୋଇଛି ତାହା ଜାଣିବା ପାଇଁ କିଛିଟା ସିସିଟିଭିକୁ ଆଧାର କରି ପୁଲିସ ତଦନ୍ତ ଚଲାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button