ଅପରାଧ

ପୁଣି ଆପାର୍ଟମେଣ୍ଟରୁ ସିନ୍ଧିଚୋରି: ୪ ମହଲାରୁ ଲୁଟିନେଲେ ଗହଣାଗାଣ୍ଠି – Kalinga News

[ad_1]

ମୁକୁଳା ଆପାର୍ଟମେଣ୍ଟ; ନାହାନ୍ତି ସୁରକ୍ଷାକର୍ମୀ, ନାହିଁ ସିସି କ୍ୟାମେରା

ବାରଙ୍ଗ: ରାଜଧାନୀରେ ଥମୁନି ଆପାର୍ଟମେଣ୍ଟରୁ ସିନ୍ଧିଚୋରି। ଗତକାଲି ରାତିରେ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ବିପୁଳ ଗହଣାଗାଣ୍ଠି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ରଘୁନାଥପୁର ନିକଟ ସ୍ପ୍ରିଙ୍ଗ୍‌ ଲିଫ୍‌ ଆପାର୍ଟମେଣ୍ଟର ୪ ମହଲାରେ ଥିବା ୪୦୪ ନମ୍ବର ଫ୍ଲାଟ୍‌ରୁ ସିନ୍ଧିଚୋରମାନେ କଳାକନା ବୁଲାଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ପ୍ରସନ୍ନ ଜେନା। ତାଙ୍କ ଘରୁ ପ୍ରାୟ ୫ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ମାତ୍ର ଆପାର୍ଟମେଣ୍ଟରେ ସିସି କ୍ୟାମେରା ନଥିବାରୁ ପୁଲିସ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଗତରାତିରେ ପ୍ରସନ୍ନଙ୍କ ପରିବାର କୌଣସି କାମରେ ବାହାରକୁ ଯାଇଥିଲେ। ତାଙ୍କ ଫ୍ଲାଟ୍‌ରୁ ଚୋରି ହୋଇଛି ବୋଲି ଆଜି ସକାଳୁ ଖବର ପାଇ ସେ ଫେରିଥିଲେ। ଫ୍ଲାଟ୍‌ର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିଲା ଏବଂ ଘର ଭିତରେ ଦୁର୍ବୃତ୍ତମାନେ ଆଲ୍‌ମିରା ଓ କପ୍‌ବୋର୍ଡ ତାଡ଼ି ପକାଇଥିଲେ। ତୁରନ୍ତ ପ୍ରସନ୍ନ ନନ୍ଦନକାନନ ଥାନକୁ ଜଣାଇଥିଲେ।

କେଳା ଗ୍ୟାଙ୍ଗ୍‌ ସମ୍ପୃକ୍ତି ସନ୍ଦେହ

ସନ୍ଧାନୀ କୁକୁର ଆପାର୍ଟମେଣ୍ଟ ପଛ ପାର୍ଶ୍ବରେ ଥିବା ନାଳ ଆଡ଼କୁ ଯାଇ ଫେରିଥିଲା। ତେଣୁ ଅନୁମାନ କରାଯାଉଛି ଦୁର୍ବୃତ୍ତମାନେ ପଛପଟୁ ଆପାର୍ଟମେଣ୍ଟକୁ ପଶିଥିଲେ ଏବଂ ଚୋରି କରିବା ପରେ ସେହି ବାଟ ଦେଇ ପଳାଇଥିଲେ। ପୁଲିସର ପ୍ରାଥମିକ ତଦନ୍ତରୁ ଏହି ସିନ୍ଧିଚୋରିରେ କେଳା ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏରା‌ଗୋଲା ଗ୍ୟାଙ୍ଗ୍‌ ଭଳି କେଳା ଗ୍ୟାଙ୍ଗ୍‌ ମଧ୍ୟ ଆପାର୍ଟମେଣ୍ଟରୁ ସିନ୍ଧିଚୋରିରେ ପାରଙ୍ଗମ। ପୂର୍ବରୁ କେଳା ଗ୍ୟାଙ୍ଗ୍‌ର ଏକ ୧୧ ଜଣିଆ ଦଳକୁ ଧଉଳି ଥାନା ଅଞ୍ଚଳରୁ ଲୁଟ୍‌ ମାମଲାରେ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ଗହଣା ଜବତ କରାଯାଇଥିଲା। କିନ୍ତୁ କେଳା ଗ୍ୟାଙ୍ଗ୍‌ର ଫେରାର୍ ଥିବା ଚୋରମାନେ ଏହି ଲୁଟ୍‌ପାଟ କରିଥିବା ଅନୁମାନ କରାଯାଉଛି। ଏବେ ରାଜଧାନୀରେ ଏମିତି ୨ଟି ଗ୍ୟାଙ୍ଗ୍‌ ସକ୍ରିୟ ଥିବା ନେଇ ପୁଲିସ ହାତରେ ସୁରାକ ଲାଗିଛି।

ମୁକୁଳା ଆପାର୍ଟମେଣ୍ଟ; ନାହାନ୍ତି ସୁରକ୍ଷାକର୍ମୀ, ନାହିଁ ସିସି କ୍ୟାମେରା
ସାଧାରଣତଃ ସିନ୍ଧିଚୋରମାନେ ହୁଗୁଳା ସୁରକ୍ଷା ବ୍ୟବସ୍ଥା ଥିବା ଆପାର୍ଟମେଣ୍ଟକୁ ଟାର୍ଗେଟ୍‌ କରି ଲୁଟ୍‌ତରାଜ କରୁଛନ୍ତି। କିନ୍ତୁ ସ୍ପ୍ରିଙ୍ଗ୍‌ ଲିଫ୍‌ କଥା ପୂରା ନିଆରା। ୫ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟରେ ଶତାଧିକ ପରିବାର ରହୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏଠାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇନାହାନ୍ତି। ଏମିତିକି ରାତ୍ର ଜଗୁଆଳୀ ବି ନିୟୋଜିତ ହୋଇନାହାନ୍ତି। ପୁଣି ଆହୁରି ବଡ଼ ଆଶ୍ଚର୍ଯ୍ୟର କଥା ଏଠାରେ ସିସି କ୍ୟାମେରା ନାହିଁ। ଆପାର୍ଟମେଣ୍ଟରେ ଏତେ ଲୋକ ରହୁଥିବା ସତ୍ତ୍ବେ ସୁରକ୍ଷା ବ୍ୟବସ୍ଥା ଏମିତି ଢିଲା। ତେଣୁ ଏହି ସୁଯୋଗରେ ଦୁର୍ବୃତ୍ତମାନେ ନିର୍ଭୟରେ ୪ ମହଲା ଉପରକୁ ଯାଇ ଚୋରି କରି ଫେରାର୍ ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ପ୍ରାୟ ୬ ମାସ ହେଲା ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି ବଢ଼ୁଛି। ପ୍ରାୟ ୧୨ ଆପାର୍ଟମେଣ୍ଟର ୩୨ ଫ୍ଲାଟ୍‌ରୁ ଚୋରି ହେଲାଣି। କିନ୍ତୁ ଏହାପରେ ବି ସ୍ପ୍ରିଙ୍ଗ୍‌ ଲିଫ୍‌ ଭଳି ମୁକୁଳା ଆପାର୍ଟମେଣ୍ଟ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button