ଖେଳ ଖବର

‘ପ୍ରତ୍ୟେକ ଖେଳାଳିଙ୍କର ନିଜସ୍ୱ ଦିନ ଅଛି, ଆଜି ମୋ’ ଦିନ ନ ଥିଲା’

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଏଥରର ନିଜ ପ୍ରଦର୍ଶନରେ ଖୁସି ନାହାନ୍ତି। ପଦକ ଜିତିବା ପରେ ନୀରଜ କହିଛନ୍ତି, ଯଦିଓ ଆମ ଜାତୀୟ ସଂଗୀତ ଆଜି ବାଜି ପାରି ନାହିଁ, ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଅନ୍ୟ ଏକ ସ୍ଥାନରେ ବଜାଯିବ।

 

ନୀରଜ ଚୋପ୍ରା କହିଛନ୍ତି, ପ୍ରତିଯୋଗିତା ଚମତ୍କାର ଥିଲା। ପ୍ରତ୍ୟେକ ଖେଳାଳିଙ୍କର ନିଜସ୍ୱ ଦିନ ଅଛି, ଆଜି ଅର୍ସଦଙ୍କ ଦିନ ଥିଲା। ଟୋକିଓ, ବୁଦାପେଷ୍ଟ ଓ ଏସୀୟ ଗେମ୍ସର ନିଜସ୍ୱ ଦିନ ଅଛି।

ନୀରଜ ଆହୁରି କହିଛନ୍ତି, ଯେତେବେଳେ ବି ଆମେ ଦେଶ ପାଇଁ ପଦକ ଜିତୁ, ଆମେ ସମସ୍ତେ ଖୁସି ଖାଉ। ବର୍ତ୍ତମାନ ଥ୍ରୋକୁ ସୁଧାରିବା ପାଇଁ ସମୟ ଆସିଛି। ମୋତେ ମୋର ଆଘାତ ଉପରେ କାମ କରିବାକୁ ପଡ଼ିବ। ତ୍ରୁଟିଗୁଡିକୁ ସୁଧାରିବାକୁ ଚେଷ୍ଟା କରିବି।

ନୀରଜ ଚୋପ୍ରା ଜାଭେଲିନ ୮୯.୪୫ ମିଟର ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଏହା ନୀରଜଙ୍କ ଚଳିତ ସିଜିନ୍ର ଶ୍ରେଷ୍ଠ ସ୍କୋର। ସେହିଭଳି ପ୍ରତିଯୋଗିତାରେ ପାକିସ୍ତାନର ଅର୍ଶଦ ନଦିମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୯୨.୯୭ ମିଟର ଥ୍ରୋରେ ଅର୍ସଦ ସ୍ୱର୍ଣ୍ଣ ହାସଲ କରିଥିଲେ। ଅର୍ସଦ ଙ୍କ ଏହି ଥ୍ରୋ ମଧ୍ୟ ଏକ ଅଲିମ୍ପିକ ରେକର୍ଡରେ ପରିଣତ ହୋଇଥିଲା।

ନୀରଜ ଚୋପ୍ରା କହିଛନ୍ତି, ଯେତେବେଳେ ବି ମୁଁ ଥ୍ରୋ କରିବା ନିମନ୍ତେ ଦୌଡ଼ିବା ଆରମ୍ଭ କରୁଥିଲି ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ କରି ପାରୁ ନ ଥିଲି। କାରଣ ମୋ’ର ୭୦% ଧ୍ୟାନ ମୋର ଆଘାତ ଉପରେ କେନ୍ଦ୍ରୀଭୂତ ହେଉଥିଲା। ଆଜି ମୋ’ ସ୍ପିଡ ଠିକ୍ ନ ଥିଲା। ତେଣୁ ମୁଁ ଯାହା ପ୍ରଦର୍ଶନ କରିଛି ନିଜ ଯନ୍ତ୍ରଣା ସହ ସଂଘର୍ଷ କରି କରିଛି। କାରଣ ମୋ’ ପାଖରେ ଅଲମ୍ପିକ୍ସ ନିମନ୍ତେ ପ୍ରସ୍ତୁତି ମଧ୍ୟରେ ସର୍ଜରୀ ପାଇଁ ସମୟ ନ ଥିଲା।

ପ୍ରତିଯୋଗିତାରେ ପାକିସ୍ତାନର ଅର୍ସଦ ନଦିମ ୯୨.୯୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ନୀରଜ କହିଛନ୍ତି, ୨୦୧୦ ମସିହାରୁ ମୁଁ ଅର୍ସଦଙ୍କ ବିରୋଧରେ ଖେଳୁଛି । ଆଉ ଆଜି ପ୍ରଥମ ଥର ତାଙ୍କଠୁ ହାରର ସମ୍ମୁଖୀନ ହୋଇଛି। ଏହା ହେଉଛି ଖେଳ ଓ ଆମକୁ ଜିତିବା ଓ ହାରିବାକୁ ସ୍ୱୀକାର କରିବାକୁ ପଡ଼ିବ । ଆଜି ମୋ’ ଦିନ ନ ଥିଲା, ଆଜିର ଦିନ ଅର୍ସଦଙ୍କ ପାଇଁ ଥିଲା।

ଶରୀରରେ ଦମ୍ ଥିବା ପର୍ଯ୍ୟନ୍ତ ନିଜ ଶକ୍ତି ପ୍ରଦର୍ଶନ କରିବି। ଏପରି ସ୍ଥିତିରେ ସକରାତ୍ମକ ମାନସିକତାର ସହ ଖେଳିବା ଉଚିତ ବୋଲି କହିଛନ୍ତି ନୀରଜ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button