ଖେଳ ଖବର

ମହାମୁକାବିଲା: ବୁମ୍‌ରା ବାଣରେ ମହାବିଜୟ – Kalinga News

[ad_1]

ନ୍ୟୁୟର୍କ: ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ ଘଡ଼ିଘଡ଼ିରେ ବର୍ଷାର ଲୁଚକାଳି ଖେଳ, ନାଟକୀୟ ଉତ୍ଥାନ ପତନ, ପ୍ରତି ଓଭରରେ ନୂଆ ମୋଡ଼ ଏବଂ ହୃତ୍‌ସ୍ପନ୍ଦନ ବନ୍ଦ ହୋଇଗଲା ଭଳି ରୋମାଞ୍ଚ, ସବୁକିଛି ଦେଖିବାକୁ ମିଳିଛି ରବିବାରର ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ରେ। ଆଉ ଭାରତ ଅତ୍ୟନ୍ତ ରୋମାଞ୍ଚକ ଭାବେ ୬ ରନ୍‌ରେ ଜିତିବା ପରେ ୧୪୦ କୋଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଇଛି। ଅନ୍ୟପକ୍ଷରେ ପାକସ୍ତାନ ପୁଣି ଥରେ ମାଟି କାମୁଡ଼ିଛି।

ସ୍କୋର୍ ଛୋଟ ଥିଲେ ବି ସାରା ଦୁନିଆର କ୍ରି‌କେଟ୍ ପ୍ରଶଂସକଙ୍କୁ ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌ରେ ବାନ୍ଧି ରଖିବାକୁ ସମର୍ଥ ହୋଇଛି ରବିବାରର ଭାରତ-ପାକିସ୍ତାନ ମ୍ୟାଚ୍। ସାରା ବିଶ୍ବର ନଜର ରହିଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହାକୁ ପାକିସ୍ତାନ ହାସଲ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବ ନାହିଁ ବୋଲି ଆଶା ରଖିଥିଲେ ପଡ଼ୋଶୀ ଦେଶର ପ୍ରଶଂସକ। ହେଲେ ଭାରତୀୟ ବୋଲର ଭିନ୍ନ ଯୋଜନାରେ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାଣିତ ବୋଲିଂ କରି ପାକିସ୍ତାନକୁ ଚାପରେ ଚାପି ଦେଇଥିଲେ। ଶେଷରେ ଚମକପ୍ରଦ ବିଜୟ ବିଜୟ ଉପହାର ଦେଇଥିଲେ। ଯାହାର ନେତୃତ୍ବ ନେଇଥିଲେ ବୁମ୍ ବୁମ୍‌ ବୁମ୍‌ରା। ହାର୍ଦିକ, ଅର୍ଶଦୀପ, ସିରାଜ ଓ ଅକ୍ଷର ମଧ୍ୟ ପାକିସ୍ତାନ କାନ୍ଧକୁ ଆହୁରି ତଳକୁ ତଳ କରି ଦେଇଥିଲେ। ଶେଷ‌ରେ ଏହି ଦଳ ୭ ୱିକେଟ୍ ହରାଇ ୧୧୩ ରନ୍‌ରେ ଅଟକି ଯାଇଥିଲା। ନସାଉ ଷ୍ଟାଡିୟମ ଉଲ୍ଲସିତ ଦର୍ଶକଙ୍କ ସହ ପ୍ରତିଟି ଭାରତୀୟଙ୍କ ହୃଦୟ ଖୁସିରେ ଗଦ୍‌ ଗଦ୍ ଯାଇଥିଲା। ‌ରବିବାର ନରେନ୍ଦ୍ର ମୋଦୀ ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଇତିହାସ ରଚିଥିଲା ବେଳେ ଭାରତୀୟ ଦଳ ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ତାଙ୍କୁ ସଲାମ କରିଥିଲା ବିଶ୍ବକପ୍‌ରେ ସପ୍ତମ ଥର ପାଇଁ ପାକିସ୍ତାନକୁ ହରାଇ ନିଆରା ଭେଟି ଦେଇଥିଲା। ୧୯ତମ ଓଭରରେ ମାତ୍ର ୩ ରନ୍ ଦେବା ସହ ୪-୦-୧୪-୩ ସହ ନାୟକ ସାଜିଥିଲେ।

ରବିବାରର ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ରେ ବର୍ଷାର ଲୁଚକାଳି ଖେଳ ପାଇଁ ନିର୍ଦ୍ଧାରିତ ସମୟଠାରୁ କିଛି ସମୟ ବିଳମ୍ବରେ ଟସ୍ ପଡ଼ିଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମ ଏହାକୁ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ‌ଠିକ୍ ପରେ ପରେ କିନ୍ତୁ ପୁଣି ଥରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏଣୁ ୫୦ ମିନିଟ୍ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ବହୁ ସମୟ ଧରି ଖେଳ ଆରମ୍ଭ ହେବାକୁ ଅପେକ୍ଷା କରିଥିବା ଭାରତୀୟ ପ୍ରଶଂସକ ରୋହିତ ଶର୍ମା ଓ ବିରାଟ ‌କୋହଲିଙ୍କ ପ୍ରଭାବୀ ଆରମ୍ଭରେ ଖୁସି ହୋଇଯାଇଥିଲେ। ସାହିନ ଶାହ ଆଫ୍ରିଦିଙ୍କ ତୃତୀୟ ବଲ୍‌କୁ ରୋହିତ ଅତି ସହଜରେ ଛକାରେ ପରିଣତ କରିବା ପରେ ପୂରା ଷ୍ଟାଡିୟମ୍ ଉଚ୍ଛୁଳି ଉଠିଥିଲା। ପ୍ରଥମ ଓଭରରେ ୮ ରନ୍ ଯୋଡ଼ି ଥିଲେ। ବର୍ଷା ତୃତୀୟ ବାର ଦାଉ ସାଧିବା ପରେ ଖେଳ ସେହିଠାରେ ବନ୍ଦ ହୋଇଥିଲା। ପାଖାପାଖି ଅଧଘଣ୍ଟା ପରେ ଦ୍ବିତୀୟ ଓଭର ଆରମ୍ଭ ହେବା ବେଳକୁ ଉଭୟ କିଛିଟା ଏକାଗ୍ରତା ହରାଇଥିଲେ। ତଥାପି ନସିମ ଶାହଙ୍କ ପ୍ରଥମ ବଲ୍‌କୁ କୋହଲି କଭର ଅଞ୍ଚଳକୁ ଚୌକା ମାରି ଆତ୍ମବିଶ୍ବାସର ସହ ପୁନର୍ବାର ବ୍ୟାଟିଂ ଆରମ୍ଭ କରିଥିଲେ।

ଏହି ଆତ୍ମବିଶ୍ବାସ କିନ୍ତୁ ବେଶି ସମୟ ତିଷ୍ଠି ରହି ନଥିଲା। କାରଣ ୮ବଲ୍ ବ୍ୟବଧାନରେ ଉଭୟ କୋହଲି ଓ ରୋହିତ ନିଜ ନିଜ ୱିକେଟ୍ ହରାଇଥିଲେ। କୋହଲିଙ୍କୁ ଆଉଟ୍ କରି ନସିମ ମଧୁର ପ୍ରତିଶୋଧ ନେବା ପରେ ଡିପ୍ ସ୍କୋୟାରରେ କ୍ୟାଚ୍ କରାଇ ଭାରତକୁ ସବୁଠୁ ବଡ଼ ଧକ୍କା ଦେଇଥିଲେ। ୧୯ ରନ୍‌ରେ ଦୁଇ ଓପନର୍‌ଙ୍କୁ ହରାଇବା ପରେ ରଣନୀତି ବଦଳାଇ ଅଲରାଉଣ୍ଡର୍ ଅକ୍ଷର ପଟେଲଙ୍କୁ ଚତୁର୍ଥ ସ୍ଥାନରେ ପଠାଇଥିଲା ଭାରତ। ପ୍ରତିକୂଳ ପରିସ୍ଥିତି, କଠିନ ପିଚ୍ ଓ ପାକ୍ ଦ୍ରୁତ ବୋଲଙ୍କ ଅଗ୍ନିବର୍ଷୀ ବୋଲିଂକୁ ପ୍ରତିହତ କରି ଉଭୟ ତୃତୀୟ ୱିକେଟ୍‌ରେ ୩୯ ରନ୍ ଯୋଡ଼ିଥିଲେ। ନିଜ ପାଳି ଆରମ୍ଭରେ ପିଚ୍ ଓ ଆଉଟ୍ ଫିଲ୍ଡକୁ ବୁଝି ନପାରି ପାକିସ୍ତାନକୁ ପନ୍ତ୍‌ ତିନିଟି ସୁଯୋଗ ଦେଇଥିଲେ। ପ୍ରତିଥର କିନ୍ତୁ ଭାଗ୍ୟ ତାଙ୍କ ସାଥ୍ ଦେଇଥିଲା। ପଡ଼ିଉଠି ସେ ଧୀରେଧୀରେ ନିଜ ଆତ୍ମବିଶ୍ବାସ ବଢ଼ାଇ ଭାରତୀୟ ପାଳିର ସର୍ବାଧିକ ରନ୍ କରିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ ନିରାଶ କରିଥିଲେ। ସୂର୍ଯ୍ୟକୁମାର ୮ ବଲ୍‌ ଖେଳି ୭ ଏବଂ ଶିବମ ୯ ବଲ୍ ଖେଳି ମାତ୍ର ୩ ରନ୍ କରିବା ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲା। ବିଶେଷ କରି ମୃଦ୍ୟୁପାନୀୟ ବିରତି ପରେ ଭାରତ ୭ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ବିନିମୟରେ ୮୧ ରନ୍ କରିବା ପରେ ୩୮ ରନ୍‌ରେ ପରବର୍ତ୍ତୀ ୯ ୱିକେଟ୍ ହରାଇ ଗୋଟିଏ ଓଭର ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button