ସିଲି ପଏଣ୍ଟ୍: ବେକ, କପାଳରେ ଅଟୋଗ୍ରାଫ୍ ଦେଲେ ରିଙ୍କୁ – Kalinga News

[ad_1]
କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟର୍ ରିଙ୍କୁ ଶର୍ମା ଆଗାମୀ ଆଇପିଏଲ୍ ପାଇଁ ଜୋର୍ଦାର ପ୍ରସ୍ତୁତି ଚଲାଇଛନ୍ତି। ଆଇପିଏଲ୍ରେ ପରେ ତାଙ୍କ ଲକ୍ଷ୍ୟ ରହିଛି ଆମେରିକା ଓ ୱେଷ୍ଟ୍ଇଣ୍ଡିଜ୍ରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବା। ହାର୍ଡ ହିଟିଂ ପାଇଁ ପରିଚିତ ଏହି ଖେଳାଳିଙ୍କ ଭିଡିଓ କେକେଆର୍ ତା’ ଇନ୍ଷ୍ଟାଗ୍ରମ୍ ପୃଷ୍ଠାରେ ପୋଷ୍ଟ୍ କରିଛି। ଏହି ଭିଡିଓରେ ରିଙ୍କୁଙ୍କ ପାଖରେ ଅନେକ ପ୍ରଶଂସକ ରହିଛନ୍ତି। ଏଥିରେ ଛୋଟପିଲା ମଧ୍ୟ ଅଛନ୍ତି। ଏମାନେ ରିଙ୍କୁଙ୍କ ସହ ଫଟୋ ଉଠାଇବା ସହ ଅଟୋଗ୍ରାଫ୍ ନେବାକୁ ଭିଡ଼ ଜମାଇଛନ୍ତି। ରିଙ୍କୁ ମଧ୍ୟ ଏମାନଙ୍କୁ ନିରାଶ କରିନାହାନ୍ତି। କୁନି ପ୍ରଶଂସକଙ୍କ ଅନୁରୋଧ ଅନୁଯାୟୀ ସେମାନଙ୍କୁ ବେକ ଓ କପାଳରେ ରିଙ୍କୁ ଅଟୋଗ୍ରାଫ ଦେଉଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଗୁଜରାଟ ଟାଇଟାନ୍ସ ବୋଲର ୟାସ ଡଭାଲଙ୍କ ଗୋଟିଏ ଓଭରରେ ୫ ଛକା ମାରି ରିଙ୍କୁ ଚର୍ଚ୍ଚିତ ହୋଇଥିଲେ।
[ad_2]