ଦେଶ- ବିଦେଶ

୪ଜଣ ଶିଶୁଙ୍କୁ ଏକାଠି ଜନ୍ମଦେଲେ ୨୧ବର୍ଷୀୟ ମହିଳା

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜ‌ଣେ ୨୧ବର୍ଷୀୟ ମହିଳା ଏକାସହିତ ୪ଜଣ ଶିଶୁଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୪ଜଣ ଶିଶୁଙ୍କ ମଧ୍ୟରୁ ଦୁଇଜଣ ପୁତ୍ର ଓ ଦୁଇଜଣ କନ୍ୟା ସନ୍ତାନ ଅଛନ୍ତି। ସମସ୍ତଙ୍କୁ ଡାକ୍ତର ତାଙ୍କ ନୀରିକ୍ଷଣରେ ରଖିଛନ୍ତି। କାରଣ ୪ଜଣ ଶିଶୁଙ୍କ ନିଶ୍ବାସ ନେବାରେ କିଛି ଟା ଅସୁବିଧା ହେଉଛି।

 

ସୂଚନାଯୋଗ୍ୟ, ଜୟପୁରର ଏକ ସରକାରୀ ହସ୍ପିଟାଲ‌ରେ ଦୌସା ନିବାସୀ ସନ୍ତୋଷ ପ୍ରଜାପତିଙ୍କ ଅଗଷ୍ଟ ୪ ତାରିଖରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଅଗଷ୍ଟ ୫ ତାରିଖ ସକାଳ ୮ଟା ସମୟରେ ସନ୍ତୋଷ ସାଧାରଣ ପ୍ରସବ ଜରିଆରେ ୪ଜଣ ଶିଶୁଙ୍କୁ ଏକାଠି ଜନ୍ମ ଦେଇଥିଲେ। ଗର୍ଭବତୀ ଥିବା ସମୟରେ ସନ୍ତୋଷଙ୍କ ରକ୍ତହୀନତା ସମସ୍ୟା ଥିଲା। ଏଭଳି ଅସୁବିଧା ସତ୍ତ୍ବେ ସନ୍ତୋଷ ୪ଜଣ ଶିଶୁଙ୍କୁ ଏକାଠି ନର୍ମାଲ ପ୍ରସବ କରାଇ ସୁସ୍ଥ ଥିବା ଦେଖି ଡାକ୍ତର ଚକିତ ହେବା ସହିତ ଭଗବାନଙ୍କ ଆଶୀର୍ବାଦ ଥିବା କହିଛନ୍ତି।

ଏମିତି ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। ଅର୍ଥାତ ଜଣେ ମହିଳା ଏକାସହିତ ୪/୫ଜଣ ସନ୍ତାନଙ୍କୁ ଏକାଠି ପ୍ରସବ କରିଛନ୍ତି। କିନ୍ତୁ ଜୟପୁରରେ ଏମିତି ଘଟଣା ପ୍ରଥମଥର ଘଟିଛି। ଏହାପୂର୍ବରୁ ଜୟପୁରରେ ଜଣେ ମହିଳା ଏକା ସହିତ ୩ଟି ସନ୍ତାନକୁ ଜନ୍ମ ଦେଇଥିଲେ। ଏଭଳି ଘଟଣାକୁ ଲୋକେ ଭଗବାନଙ୍କ ଚମତ୍କାର ବୋଲି କହିବା ସହିତ କହିଛନ୍ତି ଭାଗ୍ୟବାନ ମହିଳାଙ୍କ କ୍ଷେତ୍ରରେ ହିଁ ଏମିତି ଘଟଣା ଘଟିବ।

Related Articles

Leave a Reply

Your email address will not be published. Required fields are marked *

Back to top button