ନିର୍ବନ୍ଧ କଲେ ସାଉଥଷ୍ଟର ନାଗା ଚୈତନ୍ୟ-ଶୋଭିତା ଧୁଲିପାଲା

ସାଉଥଷ୍ଟରଙ୍କ ଘରେ ବାଜିବ ଶାହାନାଇ । ଅଭିନେତା ନାଗା ଚୈତନ୍ୟଙ୍କ ସହ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ଗୁରୁବାର ନିର୍ବନ୍ଧ ହୋଇଛି। ହାଇଦ୍ରାବାଦର ଜୁବଲୀ ହିଲ୍ସସ୍ଥିତ ନାଗା ଚୈତନ୍ୟଙ୍କ ପିତା ନାଗାର୍ଜୁନଙ୍କ ଘରେ ଏକ ଘରୋଇ ସମାରୋହରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଛି। ଅଭିନେତ୍ରୀ ସାମନ୍ଥା ରୁଥପ୍ରଭୁଙ୍କ ଠାରୁ ଅଲଗା ହେବା ପରେ ନୂଆ ଜୀବନସାଥୀ ବାଛିଛନ୍ତି ନାଗା। ଦୀର୍ଘଦିନ ଧରି ଶୋଭିତାଙ୍କୁ କରୁଥିଲେ ସିକ୍ରେଟ୍ ଡେଟ୍ । ଏବେ ନାଗା-ଶୋଭିତା ନିର୍ବନ୍ଧ କରିଛନ୍ତି। ବର୍ତ୍ତମାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ନିର୍ବନ୍ଧ କରିଛନ୍ତି।
ଏହାପରେ ସୋସିଲ ମିଡିଆରେ ଫଟୋ ପୋଷ୍ଟ କରି ଉଭୟ ଏହାକୁ ଅଫିସିଆଲ କରିଛନ୍ତି। ଏହି ଫଙ୍କସନ ନାଗାଙ୍କ ଘରେ ଅନୁଷ୍ଠିତ ହୋଇଛି। ନାଗା ଦୁହିଁଙ୍କୁ ଆର୍ଶିବାଦ ଦେବା ସହ ଫଟୋ ସେୟାର କରିଛନ୍ତି। ନାଗାର୍ଜୁନ ପୁଅ ପାଇଁ ବହୁତ ଖୁସି ଅଛନ୍ତି। ଫଟୋ ସେୟାର କରି ଲେଖିଛନ୍ତି ମୁଁ ବହୁତ ଖୁସି ମୋ ପୁଅ ଶୋଭିତା ସହ ନିର୍ବନ୍ଧ କରିଛି । ସକାଳ ୯.୪୫ରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଆମେ ଶୋଭିତାଙ୍କ ପରିବାରକୁ ସୁନ୍ଦର ଭାବେ ସ୍ଵାଗତ କରିଥିଲୁ। ଆମ ପାଈଁ ୮ ତାରିଖ ବହୁତ ସ୍ପେଶାଲ କାହିଁକି ନା ଏହାର ଅର୍ଥ ଇନଫିନିଟି। ସାମନ୍ଥାଙ୍କ ସହ ଛାଡପତ୍ର ପରେ ପରେ ହିଁ ନାଗା ଚେତନ୍ୟଙ୍କ ନାଁ ଶୋଭିତାଙ୍କ ସହ ଯୋଡ଼ି ହୋଇଥିଲା। ଉଭୟଙ୍କୁ ଅନ୍ତର୍ଜାତୀୟ ଭ୍ରମଣରେ ଅନେକ ଥର ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଦୁହେଁ ଅନେକ ସ୍ଥାନରେ ଏକାଠି ନଜର ଆସିଛନ୍ତି। ଏହାପରଠାରୁ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା