ଦେଶ- ବିଦେଶ

ଦେଖନ୍ତୁ ଭିଡ଼ିଓ: କ୍ଷୀର ସିଝାଇବା ସମୟରେ ଉତୁରି ନଷ୍ଟ ହେଉଛି କି ? ଏହି ସରଳ ଦେଶୀ ଉପାୟ ଆପଣାନ୍ତୁ

ପ୍ରାୟତଃ ମହିଳା ମାନେ ରୋଷେଇ ଘରେ କ୍ଷୀର ଫୁଟିବାକୁ ଛାଡ଼ିଦେଇ ଅନ୍ୟ କାମରେ ବ୍ୟସ୍ତ ରହିଯାଇଥାନ୍ତି। ଫଳରେ ଦୀର୍ଘ ସମୟ ଧରି କ୍ଷୀର ଗରମ ହେବା ପରେ ଏହା ଉତୁରିବାକୁ ଲାଗିଥାଏ। ଏପରି ହେଲେ କ୍ଷୀର ନଷ୍ଟ ହେବା ସହ ଏହାକୁ ହିନ୍ଦୁ ଧର୍ମ ଅନୁଯାଇ ଅଶୁଭ ବୋଲି ବିବେଚନା କରାଯାଇଥାଏ। କିନ୍ତୁ, ଆଜି ଆମେ ଏକ ଭିଡ଼ିଓ ଆପଣ ମାନଙ୍କ ପାଇଁ ଆଣିଛୁ ଯେଉଁଥିରେ ଏକ ଛୋଟ ଦେଶୀ ଯୁଗାଡ଼ ଫଳରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାରିବେ।

ଏହି ଭିଡ଼ିଓରେ ଏକ ପାତ୍ରରେ କ୍ଷୀର ଗରମ କରାଯାଉଥିବାର ଦେଖିବାକୁ ମିଳୁଛି। ଉକ୍ତ ପାତ୍ର ଉପରେ ଏକ କାଠ ଚାମଚ ମଧ୍ୟ ରଖାଯାଇଛି। ଯେଉଁଥିପାଇଁ କ୍ଷୀର ଗରମ ହୋଇ ଉତୁରୁଥିଲେ ହେଁ ଏହା ତଳେ ପଡୁନାହିଁ। ଭଡ଼ିଓଟିକୁ @saffrontrail ନାମକ ଏକ ଟ୍ୱିଟର ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button