ରାଜ୍ୟ

ସପ୍ତାହେ ଧରି ସ୍କୁଲରେ ବନ୍ଦୀ ୨୫୦ ଛାତ୍ର!

ପାଟଣା: ବିହାରର ବେଗୁସରାଇରେ ୨୫୦ ଜଣ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ବନ୍ଦୀ ହୋଇ ରହିଛନ୍ତି। ସ୍ଥିତି ଏପରି ଯେ ବିଦ୍ୟାଳୟରେ ଥିବା ପିଲାମାନେ ନିଜ ଘରକୁ ଯାଇପାରୁଛନ୍ତି କିମ୍ବା ନିଜ ପରିବାରକୁ ଲୋକଙ୍କୁ ଭେଟିପାରୁଛନ୍ତି।

ଗତ ଏକ ସପ୍ତାହ ଧରି ସମସ୍ତ ଛାତ୍ରମାନେ ଦୟନୀୟ ସ୍ଥିତିରେ ରହିଛନ୍ତି। ସ୍କୁଲ ପ୍ରଧାନ ଶିକ୍ଷକ ଏସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ସେହି ଅଞ୍ଚଳରେ କିଛି ପ୍ରଭାବଶାଳୀ ଲୋକ ଦବଙ୍ଗଗିରି ଦେଖାଇ ସ୍କୁଲ ରାସ୍ତା ଅବରୋଧ କରି ରଖିବା ସହ ସ୍ଥାନେ ସ୍ଥାନେ ଗାତ କରି ଦେଇଛନ୍ତି । ଏହାଛଡା ସ୍କୁଲ ଗେଟ ବାହାରେ ବୁଲଡୋଜର ରଖି ମୁଖ୍ୟଫାଟକ ମଧ୍ଯ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରମାନେ ବାହାରକୁ ବାହାରିପାରୁନାହାଁନ୍ତି।

ଏହି ଘଟଣା ଜିଲ୍ଲାର ସାହେବପୁର କମାଲ ଥାନାର ସମସ୍ତିପୁର ଗାଁରେ ଘଟିଛି। ପ୍ରାୟ ୭୦୦ ପିଲା ଏଠାକାର ଏକ ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ସେଥିମଧ୍ୟରୁ ୨୫୦ ପିଲା ବିଦ୍ୟାଳୟ ପରିସରରେ ନିର୍ମିତ ଘରେ ରୁହନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button