ବଡ଼ ସଡ଼କ ଦୁର୍ଘଟଣା: ୭ ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏଟାୱା ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେଏକ ଡବଲ ଡେକର ବସ୍ ଏବଂ କାର ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ରାଏ ବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ବସ୍ରେ ୬୦ଜଣ ଲୋକ ଥିଲେ। ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦-୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରରେ ଯାତ୍ରା କରୁଥିବା ତିନି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଓ ଆହତଙ୍କ ପରିବାର ଲୋକଙ୍କୁ ପୁଲିସ୍ ସୂଚନା ଦେଇଛି।
ବସ୍ ନାଗାଲାଣ୍ଡ ନମ୍ବର ବୋଲି କୁହାଯାଉଛି। କାରଟି ଆଗ୍ରାରୁ ଲକ୍ଷ୍ନୌକୁ ଯାଉଥିଲା। ଦୁର୍ଘଟଣା ପରେ ବସ୍ ନିୟନ୍ତ୍ରଣ ହରାଇ ଏକ୍ସପ୍ରେସୱେ ତଳକୁ ଚାଲିଯାଇଥିଲା। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ବସ୍ରେ ଯାତ୍ରା କରୁଥିବା ଲୋକଙ୍କୁ ଅନ୍ୟ ଗାଡିରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। କାର୍ ଡ୍ରାଇଭରଙ୍କୁ ନିଦ ମାଡ଼ିବାରୁ ତାଙ୍କ ଆଖି କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ବୋଲି କୁହାଯାଉଛି।