ରାଜ୍ୟ

ସେପ୍ଟେମ୍ବର ୧୦ ପରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

ଭୁବନେଶ୍ବର: ଆସନ୍ତାମାସ ୧୦ ତାରିଖ ପରେ ରାଜ୍ୟରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ସେ ପର୍ଯ୍ୟନ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଜାରି ରହିବ। ସେପ୍ଟେମ୍ବର ୧୦ ତାରିଖରେ ବଜେଟ୍‌ ଆପ୍ରୋପ୍ରିଏସନ୍‌ ବିଲ୍ ପାରିତ ହେବ। ତା’ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ରାଜ୍ୟରେ ୯୬ଲକ୍ଷ ପରିବାର ଏବେ ବିଏସ୍‌କେୱାଇ ଅଧୀନ‌ରେ ସ୍ବାସ୍ଥ୍ୟ ବୀମା ସେବା ପାଉଛନ୍ତି। ଏହି ଯୋଜନାରେ କ୍ୟାସଲେସ୍ ସୁବିଧା ଦିଆଯାଉଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପବନ୍ଧୁ ଜନ ଆାରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ନେଇ ସୂଚନା ଦେଇଥିଲେ। ସେହିପରି ଓଡ଼ିଶାକୁ ଜଳାତଙ୍କ ରୋଗରୁ ମୁକ୍ତ କରିବା ଲାଗି ବୁଲା କୁକୁରଙ୍କୁ ଟିକା ଦିଆଯିବ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଦିନକୁ ଦିନ କ୍ୟାମ୍ପସ୍‌ରେ କୁକୁରତଙ୍କ ଦୌରାତ୍ମ ବଢ଼ିଯାଉଛି। ଏହାକୁ ରୋକିବା ଲାଗି ସହରାଞ୍ଚଳ ବିକାଶ ବିଭାଗ ସହ ମିଶି ସରକାର ବୁଲା କୁକୁରଙ୍କୁ ଟିକାକରଣ କରିବା ନେଇ ନିଷ୍ପତ୍ତି ନିଆଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button