ଦେଶ- ବିଦେଶ

ଅଗଷ୍ଟ ୦୯ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ – ଆସନ୍ତାକାଲି ଆପଣଙ୍କୁ ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ଯୋଗ ଅଛି । ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ନିଶ୍ଚିନ୍ତ ଭାବେ ପ୍ରାପ୍ତ କରିବେ ।

ବୃଷ – ପରିବାରର ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ବ୍ୟସ୍ତତାରେ ଦିନଟି କଟିବ। ରାଜନୀତିରେ ସଫଳତା ପ୍ରାପ୍ତ ହେବ ।

ଚାକିରିରେ ଅଟକି ଥିବା ଧନର ପ୍ରାପ୍ତି ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ ।

ମିଥୁନ – ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ ।ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି । ଧାର୍ମିକ କାର୍ଯ୍ୟ ରେ ଯୋଗଦାନ କରିବେ ।

କର୍କଟ – ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ସିଂହ – ଦିନଟି ଉତ୍ତମ ଫଳ ଦେବ । ଚାଲୁ ଥିବା କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ଛାତ୍ରଛାତ୍ରୀ ମାନେ ନୂତନ ପାଠର ଆରମ୍ଭ କରିବେ । ରାଜନୀତି ରେ ସଫଳତା ପ୍ରାପ୍ତି ହେବ । ଦମ୍ପତ୍ତି ମାନେ ପରସ୍ପର କୁ କିଛି ସମୟ ଦେବେ ।

କନ୍ୟା – ଅଟକି ଥିବା କାର୍ଯ୍ୟର ପୁନରାମ୍ଭ ହେବ । ଦୂର ଯାତ୍ରାର ଯୋଗ ରହିଛି । କିଛି କରୁ ନଥିବା ଲୋକଙ୍କୁ କାଲି କାର୍ଯ୍ୟର ସନ୍ଧାନ ମିଳିବ। ବ୍ୟବସାୟରେ ଆଗକୁ ବଢ଼ିବେ । ଦମ୍ପତି ମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

ତୁଳା – ଦିନଟି ମଧ୍ୟମ ଫଳ ଦେବ । ଚାକିରିରେ ପଦୋନ୍ନତିର ଯୋଗ ରହିଛି । ନିଜ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଖର୍ଚ୍ଚର ପରିମାଣ ଅଧିକ ହେବ । ବ୍ୟବସାୟରେ ଅଧିକ ପରିଶ୍ରମ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ବିଛା – ବ୍ୟବସାୟକୁ ନେଇ କୌଣସି ଦୂର ଯାତ୍ରା କରି ପାରନ୍ତି । ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀର ଶିକାର ହୋଇପାରନ୍ତି । ଅର୍ଥ ନିବେଶ ପାଇଁ ଦିନଟି ଶୁଭଦାୟକ ରହିଛି ।

ଧନୁ – ଦିନଟି ଲାଭଦାୟକ ହେବ । ବ୍ୟବସାୟରେ ଆର୍ଥିକ ଲାଭର ସଂକେତ ମିଳୁଛି । ପରିବାରରେ ସୁଖ ସମାଚାର ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ସୁଖ ସମାଚାର ମିଳିବ । ଧାର୍ମିକ କାର୍ଯ୍ୟରେ କିଛି ସମୟ ଅତିବାହିତ କରନ୍ତୁ।

ମକର – ଶୁକ୍ରବାର ଚାକିରି କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀ ମାନେ ସଫଳତା ର ଶୀର୍ଷ ରେ ପହଞ୍ଚିବେ । ବ୍ୟବସ୍ୟବରେ ଅଧିକ ପରିଶ୍ରମ ରେ ଅଳ୍ପ ଲାଭ। । ଅର୍ଥ ପ୍ରାପ୍ତିର ଯୋଗ ରହିଛି ।

କୁମ୍ଭ – ଦିନଟି ବ୍ୟସ୍ତବହୁଳ ରହିବା ସତ୍ତ୍ୱେ ମଧ୍ୟ ଆପଣ ସର୍ବ କାର୍ଯ୍ୟ ସମ୍ପୂର୍ଣ କରିବେ । ଗୁରୁଜନ ଙ୍କ ଆଶୀର୍ବାଦ ଲାଭ କରିବେ । ନୂତନ ବ୍ୟବସାୟ ପାଇଁ ଦିନଟି ଶୁଭାଦୟକ ରହିଛି ।ଦାମ୍ପତ୍ୟ ଜୀବନରେ ଖୁସିର ଲହରୀ ଦେଖା ଦେବ।

ମୀନ – ଚାକିରିରେ ଆସନ୍ତାକାଲି ଆପଣଙ୍କୁ ସମ୍ମାନ ଓ ପଦୋନ୍ନତି ମିଳି ପାରେ । ମନ ପ୍ରଫୁଲ୍ଲ ରହିବ । ଗୃହ କୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟରେ ଅଟକି ରହିଥିବା କାର୍ଯ୍ୟର ଆରମ୍ଭ ହେବ । ମିଳୁନଥିବା ଧନର ହଠାତ୍ ପ୍ରାପ୍ତି ଯୋଗ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button