ରାଜ୍ୟ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆଗାମୀ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାରେ ବର୍ଷା ହେବ। ଆଉ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅର୍ଥାତ ଆସନ୍ତା ୨ ଓ ୩ ତାରିଖରେ ବର୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇଏମ୍ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ବର୍ଷା ଯୋଗୁ ବନ୍ୟା ହେବାର ସମ୍ଭାବନା ଅଛି କି ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଛନ୍ତି, ବନ୍ୟା ବହୁ ଗୋଡ଼ିଏ ଫ୍ୟାକ୍ଟର ଉପରେ ନିର୍ଭର କରିଥାଏ। ଏହା କେବଳ ବର୍ଷା ଯୋଗୁ ହୋଇଥାଏ, ତାହା ଠିକ୍ ନୁହେଁ। ହଁ, ଏଇଟା ସତ ଯେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଦେଖିବାକୁ ଉତ୍ତର ଓଡ଼ିଶାରେ ବେଶୀ ବର୍ଷା ହୋଇନାହିଁ। ସେଠାରେ ବେଶୀ ବର୍ଷା ହେଲେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା କମ୍ ରହିଛି ବୋଲି ସେ କହିଛନ୍ତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button