ରାଜ୍ୟ

ଖେଳିବା ପାଇଁ ଯାଉଛୁ କହି ଘରକୁ ଫେରିଲେନି ୩ ନାବାଳିକା – Kalinga News

[ad_1]

ଟିଟିଲାଗଡ଼ (କେନ୍ୟୁଜ୍‌): ଟିଟିଲାଗଡ଼ରେ ୩ ନାବାଳିକା ନିଖୋଜ । ସିରଭଟା ପଡା, ଝଙ୍କାର ପଡା ଓ ଦେବେନ୍ଦ ପଡ଼ାର ୩ ଜଣ ଝିଅଙ୍କର ଗତକାଲିଠୁ ଖୋଜ ଖବର ନାହିଁ । ଗତକାଲି ଅପରାହ୍ଣର ୩ ଜଣ ନାବାଳିକା ଖେଳିବା ପାଇଁ ଯାଉଛୁ ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରି ଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି । ଏହାପରେ ଟିଟିଲାଗଡ଼ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସନ୍ଧାନ ମିଳିପାରିନାହିଁ । ପୋଲିସ ବିଭିନ୍ନ ଦିଗରୁ ତନାଘନା ତଦନ୍ତ ଚଳାଇଛି ।

The post ଖେଳିବା ପାଇଁ ଯାଉଛୁ କହି ଘରକୁ ଫେରିଲେନି ୩ ନାବାଳିକା appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button