ଦେଶ- ବିଦେଶ

ଦୃଷ୍ଟି ପରେ ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟରରେ ପଡିଲା ତାଲା ..

ଦିଲ୍ଲୀର ପୁରୁଣା ରଜେନ୍ଦ୍ରନଗର ରାଓ କୋଚିଂ ସେଣ୍ଟର୍ ଲାଇବ୍ରେରୀରେ ତିନି  ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ ରେ ପୋଲିସ ପ୍ରଶାସନ ।ଏବେ ବେଆଇନରେ ଚାଲିଥିବା  ବ କୋଚିଂ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ । ପାଖାପାଖି ୨୦ ଟି କୋଚିଂ ସେଣ୍ଟର ସିଲ୍ କରଯାଇଛି।ଏଥିରେ ଅନେକ ଲୋକପ୍ରିୟ କୋଚିଂ ସେଣ୍ଟର ମଧ୍ୟ ରହିଛି।

ଦ୍ରିଷ୍ଟି ଆଇଏଏସ, ଆଇଏଏସ୍ ଗୁରୁକୁଳ, ଟପର୍ସ ଏକାଡେମୀ, ସିଭିଲ୍ସ ଡେଲି ଆଇଏଏସ୍, କ୍ୟାରିଅର ପାୱାର,୯୯ ନୋଟସ, ଗାଇଡାନ୍ଆଇଏଏସ୍, ଭଳି ଅନେକ ଲୋକପ୍ରିୟ କୋଚିଂ ସେଣ୍ଟର ସିଲ୍ ହୋଇଛି।ଏହି ସମସ୍ତ କୋଚିଂ ସେଣ୍ଟର ନିୟମ ଉଲ୍ଲଙ୍ଘନ କରି ଥିବାରୁ ଦିଲ୍ଲୀ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣା ପରେ ବିହାରର ପାଟନାରେ ମଧ୍ୟ କୋଚିଂ ପ୍ରତିଷ୍ଠାନ ଉପରେ ଏସ୍‌ଡିଓ ଟିମ ଚଢାଉ କରିଥିଲା। ବିହାରର ପ୍ରସିଦ୍ଧ ଶିକ୍ଷାବିତ୍‌ ଖାନ ସାର୍‌ଙ୍କ କୋଚିଂ ସେଣ୍ଟରକୁ ତାଲା ପକାଇ ଦିଆଯାଇଛି। ରାଜଧାନୀ ପାଟଣାର ବୋରିଂ ରୋଡ କ୍ୟାମ୍ପସରେ ତାଲା ପଡିଛି।କୋଚିଂ ସେଣ୍ଟରର ଗାର୍ଡ କହିଛନ୍ତି, କୋଚିଂର ମାଲିକ ଏହାକୁ ବନ୍ଦ କରିବାକୁ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button