ଅପରାଧ

ଚାକିରି ପାଇବା ଖୁସିରେ ଦେଉଥିଲେ ପାର୍ଟି, ସାଙ୍ଗମାନେ କଲେ ଗଣଦୁଷ୍କର୍ମ

ତେଲାଙ୍ଗାନାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ତାଙ୍କ ପିଲାଦିନର ସାଙ୍ଗ ଓ ତାଙ୍କର ଜଣେ କମନ୍ ଫ୍ରେଣ୍ଡ୍ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାକିରି ପାଇବା ଖୁସିରେ ପାର୍ଟି ଦେବାକୁ ଡାକି ଥିବାବେଳେ ସେହି ସାଙ୍ଗମାନେ ହିଁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଯୁବତୀ ଜଣକ କରିଥିବା ଅଭିଯୋଗ ଅନୁସାରେ, ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ତାଙ୍କର ଚାକିରି ହୋଇଥିଲା।

ସେ ସେଠାରେ ଯୋଗଦେବା ପରେ ପିଲାଦିନର ସାଙ୍ଗ ଗୌତମ ରେଡ୍ଡୀଙ୍କୁ ପାର୍ଟି ଦେବାକୁ ଡାକିଥିଲେ। ଗୌତମ ଏବଂ ତାଙ୍କର ଅନ୍ୟ ଜଣେ ସାଙ୍ଗ ବନସ୍ତଳୀପୁରମରେ ଥିବା ଏକ ରେସ୍ତୋରାଁ କମ୍ ହୋଟେଲକୁ ଯାଇଥିଲେ।

ଯୁବତୀ ଜଣକ ମଧ୍ୟ ସେଠାକୁ ଯାଇଥିଲେ। ଗୌତମ ଏବଂ ତାଙ୍କର ଅନ୍ୟ ଜଣେ ସାଙ୍ଗ ମଦ୍ୟପାନ କରିବା ପରେ ଏକ ରୁମରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ପୁଲିସ କହିବା ଅନୁସାରେ, ଗୌତମ ଏବଂ ପୀଡିତା ଦ୍ୱିତୀୟ ଶ୍ରେଣୀରୁ ଦଶମ ଯାଏ ଏକାଠି ପଢୁଥିଲେ। ଅଭିଯୋଗ କ୍ରମେ ଗୌତମ ଏବଂ ତାଙ୍କ ସାଙ୍ଗଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ତଦନ୍ତ କରାଯାଉଛି।

ସେହିପରି ତେଲାଙ୍ଗାନାରେ ଆଜି ମଧ୍ୟ ବସରେ ଜଣେ ମହିଳାଙ୍କୁ ଡ୍ରାଇଭର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଜଣେ ବିବାହିତା ମହିଳା ନିର୍ମଳରୁ ପ୍ରକାଶମ ଜିଲ୍ଲାକୁ ଏକ ଘରୋଇ ବସରେ ଯିବା ସମୟରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇ ଥିବାବେଳେ ଅନ୍ୟ ଜଣେ ହେଲପରଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଥିବା ପୁଲିସ କହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button