ମୟୂରଭଞ୍ଜ ଡିଏମ୍ଏଫ୍ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ନେଇଗଲେ ୯.୭୬ କୋଟି – Kalinga News

[ad_1]
ବିଭିନ୍ନ କମ୍ପାନି ଜମାଖାତାକୁ ୪ଥର ଟ୍ରାନ୍ସଫର୍ ହୋଇଛି
ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରୁ ୯ କୋଟି ୭୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନିର ଜମାଖାତାକୁ ପଠାଯାଇଛି। ଥରେ କି ଦୁଇଥର ନୁହେଁ, ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରୁ ଏହିପରି ୪ ଥର ଟଙ୍କା ଟ୍ରାନ୍ସଫର୍ କରାଯାଇଛି। ଘଟଣା ଜଣାପଡ଼ିବା ପରେ ଭଞ୍ଜପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ରାଜ୍ୟ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁର ଏକ ଟିମ୍ ମଧ୍ୟ ଏହାର ତନାଘନା କରୁଛନ୍ତି। ଡିଏମ୍ଏଫ୍ର କୌଣସି କାମ ପାଇଁ ଟଙ୍କା ଉଠାଣ ହେଉ କି କମ୍ପାନିକୁ ବିଲ୍ ପୈଠ; ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଚେକ୍ ଏବଂ ତା’ସହିତ ଏକ ଚିଠି ବ୍ୟାଙ୍କକୁ ଯାଇଥାଏ। ହେଲେ, ଚଳିତ ମାସ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାକୁ କେବଳ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ ଥିବା ୪ଟି ଚେକ୍ ଯାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଚିଠି ଉପରେ ଗୁରୁତ୍ବ ନଦେଇ ଚେକ୍ ଆଧାରରେ ଡିଏମ୍ଏଫ୍ରୁ ବିଭିନ୍ନ କମ୍ପାନି ଆକାଉଣ୍ଟକୁ ୯ କୋଟି ଟଙ୍କା ୭୬ ଲକ୍ଷ ଟ୍ରାନ୍ସଫର କରାଯାଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ କମ୍ପାନି ଜମାଖାତାକୁ ୪ଥର ଟ୍ରାନ୍ସଫର୍ ହୋଇଛି
ଥାନାରେ ଏତଲା ଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ
କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁର ତନାଘନା
ପରେ ସମାନ ଢଙ୍ଗରେ ପୁଣି ଏକ ଚେକ୍ ବ୍ୟାଙ୍କକୁ ଆସିଥିଲା। ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନରେ ସନ୍ଦେହ ଉପୁଜିଥିଲା। ସଙ୍ଗେସଙ୍ଗେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ସେମାନେ କୌଣସି ଚେକ୍ ବ୍ୟାଙ୍କକୁ ଦିଆଯାଇ ନଥିବା କହିଥିଲେ। ହରଡ଼ଘଣାରେ ପଡ଼ିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲ୍ୟୁ ନିକଟରେ ପହଞ୍ଚିଥିଲା।ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁର ଏକ ଟିମ୍ ଆସି ବ୍ୟାଙ୍କ ସହ ସଂପୃକ୍ତ ସରକାରୀ ଦପ୍ତରଗୁଡ଼ିକରେ ମଧ୍ୟ ତଦନ୍ତ କରିଥିବା ଜଣାପଡ଼ିଛି। ଏନେଇ ଜିଲ୍ଲାପାଳ ଦତ୍ତାତ୍ରୟ ସାହେବ ଶିନ୍ଦେଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇନି। ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ବାଇଁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଡିଏମ୍ଏଫ୍ ଟଙ୍କା ହଡ଼ପ ପାଇଁ ଷଡ୍ଯନ୍ତ୍ର କରାଯାଇଛି। ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ। ଅନ୍ୟପଟେ କିଏ ଚେକ୍ ଦେଇଥିଲେ, ସେନେଇ ତନାଘନା କରାଯାଉଛି ବୋଲି କହିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।
[ad_2]