ଅପରାଧ

ବାଗପୁଞ୍ଜି ସିଦ୍ଧେଶ୍ୱର ମହାଦେବ ମନ୍ଦିରରୁ ଚୋରି – Kalinga News

[ad_1]

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ଅଧୀନସ୍ଥ ସମ୍ପତ୍ତିଆ ପଞ୍ଚାୟତର ବାଗପୁଞ୍ଜି ଗାଁ ସିଦ୍ଧେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ବାରକୁ ଗ୍ୟାସ କଟର ସାହାଯ୍ୟରେ କାଟିଥିବା ବେଳେ ମନ୍ଦିର ପଛପଟରେ ଥିବା ଗ୍ରିଲର ତାଲା ମଧ୍ୟ ଭାଙ୍ଗିଛନ୍ତି। ମନ୍ଦିର ଭିତରେ ଥିବା ମାଇକ ସେଟ, ଠାକୁରଙ୍କ ସମସ୍ତ ବାସନକୁସନ, ଅଳଙ୍କାର, ଘଣ୍ଟି, ଦାନହୁଣ୍ଡି ଇତ୍ୟାଦି ଚୋରି ହୋଇ ଯାଇଛି।

ଚୋରି ହୋଇଥିବା ସାମଗ୍ରୀ ର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା କହିଛନ୍ତି ଗ୍ରାମର ରଞ୍ଜନ କୁମାର ସିଂହ। ଚୋରି ଯୋଗୁଁ ଆଜି ମନ୍ଦିରର ସକାଳ ନୀତିକାନ୍ତି ବନ୍ଦ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button