ରାଜ୍ୟ

ଆଜି ବିଶ୍ବ ବ୍ୟାଘ୍ର ଦିବସ: ମନେପଡ଼ିବେ କାନନ, ନନ୍ଦନ, ସାରା

ବାରଙ୍ଗ: ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ ସ୍ଥାପିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସବୁ ବେଳେ ବ୍ୟାଘ୍ର ପ୍ରେମୀଙ୍କ ମହଲରେ ଚର୍ଚ୍ଚା‌ରେ ରହିଆସିଛି। ଯେବେଯେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କଥା ଚର୍ଚ୍ଚାକୁ ଆସିଛି, ସେତେବେଳେ ବାଘଙ୍କ କଥା ପ୍ରମୁଖ ପ୍ରସଙ୍ଗ ହୋଇଛି। ରାଜ୍ୟର ହୁଅନ୍ତୁ କି ରାଜ୍ୟ ବାହାରର, ଯେ କୌଣସି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି ବାଘ।

ବିଶ୍ବ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ବାଘଙ୍କୁ ନେଇ ଏଇ ସ୍ବତନ୍ତ୍ର ପ୍ରତିବେଦନ। ନନ୍ଦନକାନନ ବାଘଙ୍କୁ ନେଇ ଅନେକ ରୋଚକ କଥା ରହିଛି। ଏହି ପ୍ରସଙ୍ଗରେ ନନ୍ଦନକାନନରେ ଜଙ୍ଗଲି ବାଘଙ୍କ ଅନୁପ୍ରବେଶ ପ୍ରସଙ୍ଗ ଶୀର୍ଷରେ ରହିଛି। ନନ୍ଦନକାନନର ପ୍ରାକୃତିକ ପରିବେଶ ପ୍ରତି ଆକର୍ଷଣ ହେଉ ବା ସାଥୀ ଖୋଜିବା ଆଶାରେ ହେଉ, ଦୁଇ ଥର ଚନ୍ଦକା ଅଭୟାରଣ୍ୟରୁ ଜଙ୍ଗଲୀ ବାଘଙ୍କ ଅନୁପ୍ରବେଶ ହୋଇଛି। ସେମାନେ ହେଉଛନ୍ତି ବାଘୁଣୀ ‘କାନନ’ ଓ ମହାବଳ ବାଘ ‘ନନ୍ଦନ’। ୧୯୬୭ ମସିହା ଜାନୁଆରି ୪ ତାରିଖରେ ପ୍ରଥମ କରି ନନ୍ଦନକାନନର ମହାବଳ ବାଘ ପ୍ରଦୀପ ପ୍ରତି ଆକୃଷ୍ଟ ହୋଇ ଖୁଆଡ ଭିତରକୁ ଡେଇଁ ଧରାପଡି ଥିଲା ‘କାନନ’। ସେତେବେଳେ ଚନ୍ଦକା ଜଙ୍ଗଲର ଶେଷ ବଂଶଧର ବାଘୁଣୀ ଧରାପଡିଥିବା ନେଇ ଚର୍ଚ୍ଚା ହୋଇଥିଲା। କାନନ ଧରାପଡି ୧୧ ବର୍ଷ କାଳ ରହିବା ପରେ ୧୯୭୮ ମସିହା ଜୁଲାଇ ମାସ ୨୧ ତାରିଖରେ ମୃତ୍ୟୁ ବରଣ କରିଥିଲା। ହେଲେ ସେ ମା’ ହୋଇ ପାରି ନଥିଲା।

ଚନ୍ଦକା ଅଭୟାରଣ୍ୟକୁ ବାଘ ଶୂନ୍ୟ ବିବେଚନା କରାଯାଉଥିବା ବେଳେ ୨୦୧୩ ମସିହା ଜୁଲାଇ ୧୩ ତାରିଖରେ ଆଉ ଏକ ଘଟଣା ଘଟିଥିଲା। ଚନ୍ଦକା ଜଙ୍ଗଲରୁ ଜଙ୍ଗଲି ମହାବଳ ବାଘ ‘ନନ୍ଦନ’ ନନ୍ଦନକାନନରେ ଅନୁପ୍ରବେଶ କରି ଧରାପଡିଥିଲା। ନନ୍ଦନକାନନର ବାଘୁଣୀ ‘ମେଘା’ ପ୍ରତି ଆକୃଷ୍ଟ ହୋଇ ସେ ଖୁଆଡ଼ ଡେଇଁଥିଲା। କିନ୍ତୁ ମେଘା ସହିତ ତାକୁ ମିଳନର ସୁଯୋଗ ଦେଇ ନଥିଲେ କର୍ତ୍ତୃପକ୍ଷ। ବରଂ ଭୋପାଳରୁ ଆଣିଥିବା ଜଙ୍ଗଲୀ ବାଘୁଣୀ ‘ସାରା’ ସହ ‘ନନ୍ଦନ’ର ମିଳନ କରାଇବାକୁ ଯୋଜନା କରିଥିଲେ। କିନ୍ତୁ ‘ସାରା’ ମେଘା ର ଖୁଆଡ଼ ବାହାରେ ଥିବା ପଞ୍ଝାକୁ କାମୁଡି ରକ୍ତାକ୍ତ କରିଥିଲା। ଏଣୁ କର୍ତ୍ତପକ୍ଷ ନନ୍ଦନ ସହ ମେଘାକୁ ମିଳନର ସୁଯୋଗ ଦେଇଥିଲେ। ୨୦୧୬ ଏପ୍ରିଲ୍‌ ମାସ୨୦ ତାରିଖରେ ମେଘାର ପ୍ରଥମ ଗର୍ଭରୁ ବାହୁବଳୀ ଓ କୁନ୍ଦନ ଜନ୍ମ ହୋଇଥିବା ବେଳେ ୨୦୨୧ ଏପ୍ରିଲ୍‌ ୧୪ରେ ବିବେକ, ଅଭୟ ଓ ସୋହିନୀ ନାମକ ୩ଟି ଶାବକ ଜନ୍ମ ନେଇଥିଲେ। ଚଳିତ ବର୍ଷ ମେ ୧୧ରେ ନନ୍ଦନର ୧୮ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ବେଳେ ଜୁନ୍ ୨୭ରେ ବାଘୁଣୀ ସାରାର ମଧ୍ୟ ମୃତ୍ୟୁ ହୋଇଛି। ୧୯୮୦ ଜାନୁଆରି ୮ ତାରିଖରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘ ଓ ବାଘୁଣୀ ଗଙ୍ଗା ଓ ଦୀପକଙ୍କ ମିଳନରୁ ୩ଟି ଶାବକ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ଶୁଭ୍ରା ନାମକ ବାଘୁଣୀ ଚର୍ଚ୍ଚାରେ ରହିଥିଲା। ଏହା ପରଠାରୁ ନନ୍ଦନକାନନରେ ଧଳା ବାଘ ସଂଖ୍ୟା ବୃଦ୍ଧି ହେବାରେ ଲାଗିଥିଲା। ୨୦୧୦ ମସିହା ପର୍ଯ୍ୟନ୍ତ ୧୨ ଧଳା ବାଘ ରହୁଥିବା ଦେଖିବାକୁ ମିଳିଥିଲା। ୨୦୧୪ ଜୁଲାଇ ୨୮ରେ ନାଲି ରଙ୍ଗର ମହାବଳ ବାଘ ମନିଷ ଔରସରୁ ଧଳା ରଙ୍ଗର ବାଘୁଣୀ ସ୍ନେହା ବିରଳ କଳା ରଙ୍ଗର ଶାବକ କ୍ରୀଷ୍ଣା ଓ ବିରଳ ଧଳା କଳା ମିଶ୍ରିତ ଶୁଭ୍ରାଂଶୁଙ୍କୁ ଜନ୍ମ ଦେଇ ଇତିହାସ ସୃଷ୍ଟି କରିଥିଲା। ୨୦୧୬ ଅଗଷ୍ଟ ୫ରେ ଦ୍ବିତୀୟ ଗର୍ଭରୁ ବିରଳ କଳା ରଙ୍ଗର ଭିକି ଜନ୍ମଗ୍ରହଣ କରିଛି। ୨୦୨୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ସାଧାରଣ ରଙ୍ଗର ମହାବଳ ବାଘ ସେଫ୍ ସହ ମିଳନରୁ ବିରଳ କଳା ରଙ୍ଗର ବାଘ ରକି ଜନ୍ମ ହୋଇଥିଲା।

ତେବେ ନନ୍ଦନକାନନ ପାଇଁ ୨୦୦୦ ମସିହା ବାଘଙ୍କୁ ପାଇଁ କଳା ବର୍ଷ। ଏହି ବର୍ଷରେ ଗୋଟିଏ ଦିନରେ ଏକ କାଳୀନ ୧୩ଟି ସାଧାରଣ ରଙ୍ଗର ବାଘଙ୍କର ତ୍ରୁଟିପୂର୍ଣ୍ଣ ବେରେନିଲ ଟୀକା ଯୋଗୁ ମୃତ୍ୟୁ ହୋଇଥିଲା। ନନ୍ଦନକାନନରେ ବର୍ତ୍ତମାନ ମୋଟ ୨୫ଟି ବାଘ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ୪ଟି ବିରଳ କଳା ରଙ୍ଗର( ୩ ଅଣ୍ଡିରା ଓ ୧ ମାଈ), ୫ଟି ଧଳା ରଙ୍ଗର (୩ଟି ଅଣ୍ଡିରା ଓ ୨ଟି ମାଈ) ଓ ୧୬ଟି ସାଧାରଣ ନାଲି ରଙ୍ଗର ମହାବଳ ବାଘ( ୮ ଅଣ୍ଡିରା ଓ ୮ ମାଈ) ଅଛନ୍ତି। ୨୦୦୦ ମହିହାରେ ବାଘ ଖୁଆଡରେ କର୍ଯ୍ୟରତ ଅନନ୍ତ ନାଏକଙ୍କର ବାଘ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button