ରାଜ୍ୟ

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ପଲାସା-କଟକ ଓ କଟକ- ପୁରୀ ପାସେଞ୍ଜର ଟ୍ରେନ୍ ବାତିଲ

 ମଞ୍ଚେଶ୍ୱର ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ୨ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ଏହାଛଡ଼ା ୬ଟି ଟ୍ରେନ୍ର ଯାତାୟତ ସମୟ ବି ବଦଳିଥିବା ଜଣାଯାଇଛି। ବାତିଲ ହୋଇଥିବା ଦୁଇ ଟ୍ରେନ୍ ହେଲା ପଲାସା-କଟକ ପାସେଞ୍ଜର ଓ କଟକ- ପୁରୀ ପାସେଞ୍ଜର ଟ୍ରେନ୍। ତେବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଥିବା ଏବଂ ଉଭୟ ଡାଉନ୍ ଓ ଅପ୍ ଲାଇନରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାତି ପ୍ରାୟ ସାଢେ ୪ଟାରୁ ମଞ୍ଚେଶ୍ୱର ରେଲ ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଘଟଣା ପର ଠାରୁ ସବୁ ଟ୍ରେନ ଚଳାଚଳ ଠପ ହୋଇଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button