ମନୋରଞ୍ଜନ

ନିଜସ୍ବ ପରିଚୟ ପାଇଁ ସଂଘର୍ଷ

ଲେଖିକା-ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଶର୍ମାଜୀ କୀ ବେଟୀ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏ ସିନେମା ସମ୍ପର୍କରେ ଅନେକ ସମକ୍ଷୀ ଲେଖାଯିବା କଥାଟିକୁ ସେ ପସନ୍ଦ କରୁଥିବେ ନିଶ୍ଚୟ, କିନ୍ତୁ ଯେଉଁ କଥାଟିକୁ ସେ ନାପସନ୍ଦ କରିଛନ୍ତି ତାହା ହେଉଛି ବିଭିନ୍ନ ସମୀକ୍ଷକ ତାଙ୍କୁ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ଭାବରେ ପରିଚିତ କରାଇବା।

ତାହିରା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି, ତାଙ୍କ ସ୍ବାମୀଙ୍କର ଏଥିରେ କୌଣସି ଭୂମିକା ନାହିଁ। ତଥାପି ଲୋକେମାନେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆୟୁଷ୍ମାନଙ୍କ ପତ୍ନୀ ରୂପେ ଦେଖୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ତାହିରା ଏହା ପୂର୍ବରୁ ତିନିଟି କ୍ଷୁଦ୍ର ସିନେମାର ନିର୍ଦେଶନା ଦେଇସାରିଛନ୍ତି।

ସେ ଜଣେ ଭଲ ଲେଖକ ମଧ୍ୟ; ସେ ଏକାଧିକ ପୁସ୍ତକ ପ୍ରକାଶ କରିସାରିଛନ୍ତି। ତାହିରା ଏକ ସାକ୍ଷାତକାରରେ କହିଛନ୍ତି ଯେ ସ୍ବତନ୍ତ୍ର ପରିଚୟ ନେଇ ସେ କାମ କରିଆସୁଥିବା ବେଳେ ତାଙ୍କୁ ଜଣଙ୍କ ପତ୍ନୀର ପରିଚୟ ଦିଆଗଲେ ପୂର୍ବରୁ ଖୁବ୍ ବିଚଳିତ ହୋଇଯାଉଥିଲେ। ସେ ଭାବୁଥିଲେ ଲୋକମାନେ ତାଙ୍କୁ ଜଣେ ସ୍ବତନ୍ତ୍ର ବ୍ୟକ୍ତି ରୂପେ ଦେଖି ପାରୁନାହାନ୍ତି କାହିଁକି? ସେ ତାହିରା କଶ୍ୟପ, ତାହିରା ଖୁରାନା ବା ମିସେସ୍‌ ଖୁରାନା ନୁହନ୍ତି ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି। ତେବେ ସମୟକ୍ରମେ ସେ ନିଜ ପରିଚୟକୁ ନେଇ ଅଧିକ ଆତ୍ମବିଶ୍ବାସୀ ହେବାକୁ ଲାଗିଲେ ଏବଂ ଏଭଳି କଥା ବର୍ତ୍ତମାନ ତାଙ୍କୁ ଆଉ ବିଚଳିତ କରୁ ନାହିଁ। ଏବେ ତାଙ୍କୁ କେହି ବିରାଜ ବା ବରୁଷ୍କାଙ୍କ ମାଆ ବୋଲି ଅଥବା ଆୟୁଷ୍ମାନଙ୍କ ପତ୍ନୀ ବୋଲି ସମ୍ବୋଧନ କଲେ ସେ ଗର୍ବିତ ଅନୁଭବ କରୁଛନ୍ତି। କିଏ କ’ଣ ସମ୍ବୋଧନ କଲା ତାହା ତାଙ୍କ ପରିଚୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ଏବେ ସେ ବୁଝିଗଲେଣି। ତଥାପି ଏହି ପ୍ରକ୍ରିୟାରେ ଆମ ସମାଜର ଏହି ଅପ୍ରିୟ ସତ୍ୟ ଜଣାପଡ଼ିଛି ଯେ ଉଚ୍ଚ ବର୍ଗର ମହିଳାଙ୍କୁ ମଧ୍ୟ ନିଜ ପରିଚୟ ସୃଷ୍ଟି କରିବା ଲାଗି ଅନେକ ସଂଘର୍ଷ କରିବାକୁ ପଡ଼େ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button