ରାଜ୍ୟ

ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ନୋଏଡ଼ା/ ନୂଆଦିଲ୍ଲୀ: ନୋଏଡ଼ାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପାଞ୍ଚଦିନିଆ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁଆରି ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଭବ୍ୟ ଉତ୍ସବ ଉପଲକ୍ଷେ ୧୨୧ ନମ୍ବର ସେକ୍ଟରସ୍ଥିତ ନବ ନିର୍ମିତ ଜଗନ୍ନାଥ ମନ୍ଦିରଟିକୁ ଖୁବ ସରସ ଓ ସୁନ୍ଦର ଭାବରେ ରଙ୍ଗବେରଙ୍ଗର ଫୁଲ, କପଡ଼ା ଏବଂ ଆଲୋକମାଳା ସହିତ ସଜା ଯାଇଥିବା ଦେଖାଯାଇଥିଲା।

ପ୍ରାଣ ପ୍ରତିଷ୍ଠା ପାର୍ବଣକୁ କେନ୍ଦ୍ର କରି ଏଠାରେ ପାଞ୍ଚଦିନ ଯାକ ସଙ୍ଗଠକ, ଶ୍ରଦ୍ଧାଳୁ ଏବଂ ଦର୍ଶକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉତ୍ସାହ, ଅସୀମ ଉତ୍କଣ୍ଠା ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଲକ୍ଷାଧିକ ଭକ୍ତଙ୍କର ସମାଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଠାକୁର ଶ୍ରୀସୁଦର୍ଶନଙ୍କର ବିଗ୍ରହମାନଙ୍କରେ ପ୍ରାଣ ସଂସ୍ଥାପନା କରାଯାଇଥିଲା।
ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥ ସମିତିର ସଭପତି ବିଶ୍ଵନାଥ ତ୍ରିପାଠୀ, ସାଧାରଣ ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି, ଉପ-ସଭାପତି ପ୍ରମୋଦ ଭଲ ଏବଂ ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ ପ୍ରମୁଖଙ୍କର ନେତୃତ୍ଵରେ କମିଟିର କର୍ମକର୍ତ୍ତା, ସଦସ୍ୟ ଓ ସ୍ବେଛାସେବୀମାନେ ସମଗ୍ର ମହୋତ୍ସବକୁ ଅଭୁତପୂର୍ବ ଭାବେ ସଫଳ କରାଇବାରେ ସକ୍ଷମ ହୋଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button