ଦେଶ- ବିଦେଶ
ବଢ଼ିଲା ନ୍ୟାୟିକ ହେପାଜତ ଅବଧି , ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ ..
ପୁଣିଥରେ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଲା ବଡ଼ ଝଟକା । ଦିଲ୍ଲୀମଦ ଦୁର୍ନୀତି କେଜ୍ରିୱାଲଙ୍କ ପାଇଁ ବଢ଼ିବାରେ ଲାଗିଛି ସମସ୍ୟା । ଦିଲ୍ଲୀମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଅଗଷ୍ଟ ୮ରେ ଶୁଣାଣି ହେବ। ତିହାର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲଙ୍କୁ ହଜାର କରାଯାଇଥିଲା ।
ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଥିଲା। କେଜ୍ରିୱାଲଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ବିଆରଏସ ନେତା କେ କବିତା ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। ରାଉସ ଆଭେବ୍ୟୁ କୋର୍ଟ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏବଂ କେ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।