ଦେଶ- ବିଦେଶ

ସ୍କୁଲରେ ପିଲାଙ୍କୁ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।

ସୂଚନା ଅନୁଯାୟୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଯାଇ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସେଠାରେ ପିଲାଙ୍କୁ ପାଠ ପଢୁଥିବିର ଏବଂ ତାଙ୍କୁ ପ୍ରଶ୍ନ ପଚାରୁଥିବାର ନଜର ଦେଖିବାକୁ ମିଳିଛି | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।

ଶ୍ରେଣୀ କକ୍ଷରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସେଠାରେ ପହଞ୍ଚି ପିଲାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି | ରାଷ୍ଟ୍ରପତି ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସେଠାରେ ଥିବା ଛାତ୍ରଛାତ୍ରୀମାନଙ୍କୁ କେଉଁ ଶ୍ରେଣୀ ବୋଲି ପଚାରିଥିଲେ ଏବଂ ଛାତ୍ରଛାତ୍ରୀମାନେ ନବମ ଶ୍ରେଣୀ ବୋଲି ଉତ୍ତର ଦେଇଥିଲେ | ଏହାସହ ସିଭିଭାତ୍ରଛାତ୍ରୀ ମାନଙ୍କୁ ତାଙ୍କ ପରିଚୟ ମଧ୍ୟ ପଚାରିଥିଲେ |

ଏହାପରେ ସେ ପରିବେଶ ଏବଂ ଋତୁ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ କରିଥିଲେ ପ୍ରଶ୍ନ | ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଆଜିର ପିଲା ବୟସ ଅନୁସାରେ ଅଧିକ ଜ୍ଞାନୀ | ତେଣୁ ମୁଁ ଆପଣ ମାନଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଆସିଛି |

ପରିବେଶ ପ୍ରଦୂଷଣ ଉପରେ ପ୍ରଶ୍ନ ପଚାରିଥିଲେ ଏବଂ କେମିତି ଏହାକୁ ରୋକିବା ତାହା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ରାଷ୍ଟ୍ରପତି | ଏଥିପାଇଁ ଅଧିକ ବୃକ୍ଷୟରୋପଣ କରିବା ପାଇଁ କହିଥିଲେ ରାଷ୍ଟ୍ରପତି | ପାଣିର ଅପଚୟ ନ କରିବାକୁ ଶିକ୍ଷା ଦେଇଥିଲେ ରାଷ୍ଟ୍ରପତି |

Related Articles

Leave a Reply

Your email address will not be published. Required fields are marked *

Back to top button