ରାଜ୍ୟ

ମହାନଦୀରେ ଧିରେ ଧିରେ ବଢୁଛି ଜଳସ୍ତର , ଖୋଲିବ ହୀରାକୁଦ ଗେଟ ..

ବଢୁଛି ଜଳସ୍ତର  ଭାଙ୍ଗିଯିବ ବନ୍ଧ  । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢ଼ିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି । ଜଳସ୍ତର ୨ ଫୁଟ ବଢିଛି । ବର୍ତ୍ତମାନ ଡ଼୍ୟାମ ଭିତରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି ।

ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠାରୁ ଜଳଭଣ୍ଡାରରେ ଅଧିକ ବନ୍ୟାଜଳ ପ୍ରବେଶ କରୁଛି ।ତେବେ କେତୋଟି ଗେଟ୍ ଖୋଲାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button