ଦେଶ- ବିଦେଶ

ପ୍ରଖ୍ୟାତ ଆଡ୍ ଗୁରୁ ପିୟୁଷ ପାଣ୍ଡେ ଆଉ ନାହାନ୍ତି

ପ୍ରଖ୍ୟାତ ଆଡ୍ ଗୁରୁ ପିୟୁଷ ପାଣ୍ଡେ ଆଉ ନାହାନ୍ତି। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ୪ ଦଶନ୍ଧି ଧରି ଭାରତୀୟ ବିଜ୍ଞାପନ ଦୁନିଆର କ୍ରିଏଟିଭ୍ ଫେସ୍ ଥିଲେ। ଫେଭିକଲ, କ୍ୟାଡ଼ବରି ଡାଏରି ମିଲ୍କ, ଏସିଆନ ପେଣ୍ଟସ ଭଳି ଅନେକ କମ୍ପାନୀର ଟ୍ରଡମାର୍କ ବିଜ୍ଞାପନ ପ୍ରସ୍ତୁତିରେ ତାଙ୍କର ଛାପ ଛାଡ଼ିଛନ୍ତି ସେ। ଯେମିତିକି ଫେଭିକଲ ବା ମଝଭୁତ୍ ଜୋଡ୍, ଡାଏରି ମିଲ୍କର କୁଛ ଖାସ୍ ହେ  ଓ ଏସିଆନ ପେଣ୍ଟସର ହର ଘର କୁଛ କେହେତା ହେ। ଚଲ୍ ମେରି ଲୁନାରୁ ହମାରା ବଜାଜ୍ ଓ ଠଣ୍ଡା ମତଲବ କୋକୋକୋଲା ଭଳି ଅନେକ ଫେମସ୍ ଆଡ୍ ତାଙ୍କରି ସୃଷ୍ଟି। ପିୟୁଷଙ୍କ ନିଶୁଆ ଟ୍ରେଡମାର୍କ ଲାଗି ପିୟୁଷ ବେଶ୍ ପରିଚିତ ଥିଲେ। ଏମିତିରେ ଭାରତୀୟ ସଂସ୍କୃତି ବାବଦରେ ତାଙ୍କର ଗଭୀର ଅଧ୍ୟୟନ ଥିଲା। ସେ ଜାଣିଥିଲେ କେମିତି ଲୋକଙ୍କ ଭାବପ୍ରବଣତା, ସାଧାରଣ ଜୀବନଶୈଳୀ ଓ ହ୍ୟୁମରକୁ କଥାରେ ପ୍ରକାଶ କରିବ ବିଭିନ୍ନ ବ୍ରାଣ୍ଡ୍। ଭାରତୀୟ ବିଜ୍ଞାପନ ଶୈଳୀକୁ ମନୋରଞ୍ଜନ ଧର୍ମୀ କରିବାରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ। ଫର୍ମାଲରୁ କାଜୁଆଲ ହେଉ ଅବା କଲଚରକୁ କନେକ୍ସନ କରିବାରେ ଭାରତୀୟ ଭାବନାକୁ ସେ ନିଖୁଣ ଭାବରେ ଫୁଟାଉଥିଲେ। ଦୂରଦର୍ଶନରେ ପ୍ରସାରିତ ହୋଇ ଘରେ ଘରେ ପ୍ରସିଦ୍ଧି ଲାଭ କରିଥିବା ମିଲେ ସୁର ମେରା ତୁହ୍ମାରାର ଗୀତ ବି ଲେଖିଥିଲେ ପିୟୂଷ।। ଭାରତୀୟ ବିଜ୍ଞାପନ ଦୁନିଆର ସେ ଥିଲେ ଆଦର୍ଶ। ବିଜ୍ଞାପନ ଜଗତର ଏହି ଜାଦୁଗରଙ୍କୁ ହରାଇ ସମସ୍ତେ ସ୍ତବ୍ଧ। ପ୍ରଖ୍ୟାତ ବିଜ୍ଞାପନ ନିର୍ମାତା ଭାବେ କେବଳ ନାଁ କରିନଥିଲେ। ବରଂ ତାଙ୍କର ପ୍ରତିଟି ଲେଖା, ଭାବନାରେ ଭାରତୀୟ ଭାବନାର ଝଲକ ଦେଖିବାକୁ ମିଳେ। ତାଙ୍କ ଦ୍ୱାରା ଲିଖିତ ନାରା ଅବକି ବାର୍ ମୋଦି ସରକାର ତ ରାଜନୀତିକ ଇତିହାସ ହୋଇଗଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।ସେ ଶବ୍ଦର ଜାଦୁଗର ଥିଲେ। ତାଙ୍କର ସ୍ୱରରେ ଗାମ୍ଭୀର୍ଯ୍ୟ ଥିଲା। ୭୦ ବର୍ଷ ବୟସରେ ମୁମ୍ୱାଇରେ ତାଙ୍କର ପରଲୋକ ଘଟିଛି। ଆଡଭାଇଟିଜିଙ୍ଗ ଲିଜେଣ୍ଡ ଥିଲେ ପଦ୍ମଶ୍ରୀ ପିୟୁଷ ପାଣ୍ଡେ। ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ନାନିତ କରିଥିଲେ ସରକାର। ୨୦୨୪ରେ ସେ LIA ଲିଜେଣ୍ଡ ଆଓ୍ୱାର୍ଡ ବି ପାଇଥିଲେ। ସେପ୍ଟେମ୍ୱର ୫,୧୯୫୫ରେ ଜନ୍ମଗ୍ରହଣ କରିଥିଲେ ପିୟୁଷ। ବିଜ୍ଞାପନ ଦୁନିଆରେ ନୂଆ ରଙ୍ଗ ଦେଇଥିଲେ ସେ। ତାଙ୍କର ଅନେକ କ୍ୟାମ୍ପେନ୍ ବେଶ୍ ଚର୍ଚ୍ଚାରେ ରହିଆସିଛି। ଘରେ ଘରେ ତାଙ୍କ ଲାଗି ଅନେକ ବ୍ରାଣ୍ଡସ ନିଜର ପରିଚୟ ସୃଷ୍ଟି କରିପାରିଲା। ପିୟୁଷ ନାମୀ ଆଡ୍ କମ୍ପାନୀ ଓଗିଲଭି ଇଣ୍ଡିଆ ସହ ପ୍ରାୟ ୪୦ ବର୍ଷ କାମ କରିଥିଲେ। ସେ ଏହି କମ୍ପାନୀରେ ୧୯୮୨ରେ ଜଏନ୍ କରିଥିଲେ। ଏହା ପୂର୍ବରୁ ସେ ଜଣେ କ୍ରିକେଟର ଥିଲେ। ଏହା ବ୍ୟତୀତ ସେ ଚା ବଗିଚାରେ ବି କାମ କରିଥିଲେ। ୨୭ ବର୍ଷ ବୟସରେ ବିଜ୍ଞାପନ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ଆଉ ବିଜ୍ଞାପନରେ ଇଂରାଜୀ ଭାଷାର ପ୍ରଭୂତ୍ୱର କଳେବରକୁ ସେ ହିଁ ବଦଳାଇଦେଇଥିଲେ। ପିୟୂଷ ପାଣ୍ଡେଙ୍କ ୭ ଭଉଣୀ ଓ ୨ ଭାଇ ଥିଲେ। ତାଙ୍କ ଭାଇ ଫିଲ୍ମ ନିର୍ଦେଶକ ପ୍ରସୂନ ପାଣ୍ଡେ ଓ ଗାୟିକା ତଥା ଅଭିନେତ୍ରୀ ଇଲା ଅରୁଣ ତାଙ୍କର ଭଉଣୀ।ପିୟୁଷଙ୍କ ପରଲୋକରେ ବିଜ୍ଞାପନ ଦୁନିଆରେ ଏକ ଯୁଗର ଅନ୍ତ ହେଲା ବୋଲି କୁହାଯିବ। ତାଙ୍କର ବଡ଼ ନିଶ ଓ ହସକୁରା ଚେହେରା ସବୁଦିନ ମନେ ରହିବ। ଭାରତୀୟ ସମାଜର ଭାଷା, ପରମ୍ପରାକୁ ବୁଝୁଥିବା କ୍ରିଏଟିଭ୍ ମ୍ୟାନ୍ ଆଉ ଆଜି ଆମ ଗହଣରେ ନାହାନ୍ତି।

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button