ଅପରାଧ

ପୂର୍ବ ଶତୃତାକୁ କେନ୍ଦ୍ର କରି ମାରଣାନ୍ତକ ଆକ୍ରମଣ; ୨ଗୁରୁତର

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପଳାସିଆ ଗ୍ରାମରେ ପୂର୍ବ ଶତୃତାରୁ ମରଣାନ୍ତକ ଆକ୍ରମଣ। ଘଟଣାରେ ଦୁଇ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ବସ୍ତା ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଗ୍ରାମର ଗୋଦାବରୀ ମହାଳିକ ଓ ବିଜୟ ଦାସ, ସୃଷ୍ଟିଧର ଦାସଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ଶତୃତା ଲାଗି ରହିଥିଲା। ତେବେ ଗତକାଲି ଦ୍ବିପହରରେ କୌଣସି କଥାକୁ ନେଇ ଉଭୟପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇ ଥିବାବେଳେ, ଶ୍ରୀ ଦାସଙ୍କ ସପରିବାର ଗୋଦାବରୀ ମହାଳିକଙ୍କ ଘରେ ପଶି ଗୋଦାବରୀଙ୍କ ସହ ସ୍ତ୍ରୀ ସୁମତୀ,ପୁଅ ବାପି, ପୁତୁରା ଶଶିକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବସ୍ତା ମେଡିକାଲକୁ ଅଣାଯାଇଥିବାବେଳେ ଅଧିକ ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ତେବେ ଆକ୍ରମଣକାରୀ ବିଜୟ ପୋଲିସ ବିଭାଗରେ କାର୍ଯ୍ୟରତଥିବାବେଳେ ତାଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ଏହି ଆକ୍ରମଣ ଘଟଣାରେ ଥାନାରେ ଅଭିଯୋଗ ହେବାପରେ ବସ୍ତା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button