ଅପରାଧ

ଆମେରିକାରେ କିନ୍ନରଙ୍କ ବର୍ବର କାଣ୍ଡ: କାର୍‌ ଚଢ଼ାଇ ହତ୍ୟା ପରେ ଚୁମ୍ବନ ଓ ୯ଥର ଭୁସିଲେ – Kalinga News

[ad_1]

ହ୍ୟୁଷ୍ଟନ୍‌: ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କୁ କାର୍‌ରେ ଧକ୍କା ଦେଇ ହତ୍ୟା କଲେ। ଏହାପରେ ମୃତ ଶରୀରକୁ ଚୁମ୍ବନ ଦେବାପରେ ପୁଣି ୯ଥର ଛୁରିରେ ଭୁସିଲେ। ଏହି ବିଭତ୍ସ ହତ୍ୟାପରେ ସେଠାରେ କିନ୍ନର ଜଣକ ସଗର୍ବେ ନୃତ୍ୟ କରି ସେଠାରୁ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲେ। ହ୍ୟୁଷ୍ଟନ୍‌ ସହରରେ ଜଣେ ୨୦ ବର୍ଷୀୟ କିନ୍ନରଙ୍କ ଏଭଳି ନୃଶଂସ କାରନାମା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା‌ନୁସାରେ, ଏହି ଘଟଣାଟି ମଇ ୩ ତାରିଖ ପୂର୍ବାହ୍‌ଣରେ ଉଡ୍‌ରିଜ୍‌ରେ ଘଟିଥିଲା। ଷ୍ଟିଭେନ୍‌ ଆଣ୍ଡ୍ରେସନ୍‌ (୬୪) ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଏହି ସମୟରେ ଅଭିଯୁକ୍ତ କିନ୍ନର କାରୋନ୍‌ ଫିସର୍‌ ଏକ କାର୍‌ରେ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲେ। ଶବ୍ଦ ଶୁଣି ଆଖପାଖର ଲୋକ ଜମା ହୋଇଯାଇଥିଲେ। ଏହି ସମୟରେ କାରୋନ୍‌ କାର୍‌ରୁ ଓହ୍ଲାଇ ଆସିଥିଲେ। ଲୋକଙ୍କୁ ଦେଖି ପୁଣି କାର୍‌ ନିକଟକୁ ଫେରିଯାଇଥିଲେ। ସେଠାରୁ ସେ ଏକ ଛୁରି ଧରି ଆସିଥିଲେ। ତଳେ ପଡ଼ିଥିବା ଷ୍ଟିଭେନ୍‌ଙ୍କ ରକ୍ତାକ୍ତ ଶରୀରକୁ ଆଲିଙ୍ଗନ କରି ଚୁମ୍ବନ ଦେଇଥିଲେ ଏବଂ ଏହାପରେ ଷ୍ଟିଭେନ୍‌ଙ୍କ ଶରୀରକୁ ୯ଥର ଭୁସିଥିଲେ। ପୁଲିସ ଅଭିଯୁକ୍ତ କାରୋନ୍‌ଙ୍କୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button