ଦେଶ- ବିଦେଶ

ଋଷ ଗସ୍ତରେ ଯିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୦୮-୧୦ ଜୁଲାଇ ୨୦୨୪ରେ ରୁଷ ଏବଂ ଅଷ୍ଟ୍ରିଆ ଗସ୍ତରେ ଯିବେ | ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏହି ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଜୁଲାଇ ୮ ରୁ ୯ ପର୍ଯ୍ୟନ୍ତ ମସ୍କୋରେ ରହିବେ | ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ ଏବଂ ପାରସ୍ପରିକ ସ୍ୱାର୍ଥର ସମସାମୟିକ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଗସ୍ତ ହେବ। ଏହି ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ ରୁଷ-ଭାରତର ସମ୍ପର୍କର ବିକାଶ ଏବଂ ଆନ୍ତର୍ଜାତିକ ଓ ଆଞ୍ଚଳିକ ଏଜେଣ୍ଡାର ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।” ଏହାପରେ ମୋଦୀ ୯-୧୦ ଜୁଲାଇରେ ଅଷ୍ଟ୍ରିଆ ଗସ୍ତରେ ଯିବେ |

୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ସେ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ୱାନ୍ ଡେର୍ ବେଲେନଙ୍କୁ ଭେଟିବେ ଏବଂ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମର୍ଙ୍କ ସହ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଏବଂ ଚାନ୍ସେଲର ମଧ୍ୟ ଭାରତ ଏବଂ ଅଷ୍ଟ୍ରିଆର ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ତଥା ଭିଏନାରେ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ | ଏହା ପୂର୍ବରୁ ମିଳିତ ଜାତିସଂଘରେ ଋଷର ସ୍ଥାୟୀ ପ୍ରତିନିଧୀ ଭାସିଲି ନେବେଞ୍ଜିଆ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇବ ଏବଂ ଏହା ମଧ୍ୟରେ ସମ୍ପର୍କ ସୁଦୃଢ ହେବ। ଏହି ଗସ୍ତର ବିଶେଷ ମହତ୍ତ୍ୱ ରହିଛି କାରଣ ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଋଷ ଗସ୍ତ ହେବ। ଫେବୃଆରୀ ୨୦୨୨ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ୨୦୧୯ରେ ଋଷ ଗସ୍ତରେ ଯାଇଥିଲେ, ଯେତେବେଳେ ସେ ଭ୍ଲାଡିଭୋଷ୍ଟୋକରେ ପଞ୍ଚମ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ୨୦୨୧ ମସିହାରେ ଶେଷଥର ପାଇଁ ପୁଟିନ ଭାରତ ଗସ୍ତରେ ଆସିଥିଲେ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button