ଦେଶ- ବିଦେଶ
ଆଲିପୁରଦ୍ବାର ଡିଭିଜନରେ ମାଲବାହୀ ଟ୍ରେନ୍ ଡି-ରେଲ୍; ରେଳ ଧାରଣ ତଳକୁ ଖସିଲା ୫ ଓ୍ବାଗନ

କୋଲକାତା: ଦେଶରେ ଟ୍ରେନ୍ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ । ପ୍ରତିଦିନ କେଉଁଠି ନାଁ କେଉଁଠି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ମଙ୍ଗଳବାର ଆଲିପୁରଦ୍ବାର ଡିଭିଜନରେ ଏକ ମାଲବାହୀ ଟ୍ରେନ ଡି-ରେଲ୍ ହୋଇଛି । ନ୍ୟୁ ମୟନାଗୁଡି ଷ୍ଟେସନ ନିକଟରେ ମଲବାହୀ ଟ୍ରେନର ୫ଟି ଓ୍ବାଗନ ଧାରଣାରୁ ବାହାରି ଯାଇଛି । ଫଳରେ ଓ୍ବାଗନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।
ରେଳ ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଘଟଣା ଆଜି ଭୋର ସାଢ଼େ ୬ଟାରେ ଘଟିଛି । ଏହି ଦୁର୍ଘଟଣା ପରେ ଉକ୍ତ ଲାଇନ୍ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଆଲିପୁରଦ୍ବାର ରୁଟ୍ର ସମସ୍ତ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଆଲିପୁରଦ୍ବାର ଡିଆରଏମ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କର୍ଯ୍ୟ ଉପରେ ଅନୁଧ୍ୟାନ କରୁଛନ୍ତି ।