ରାଜ୍ୟସଭା ନିର୍ବାଚନ ପାଇଁ ଗୁଜରାଟରୁ ନଡ୍ଡା ଓ ମହାରାଷ୍ଟ୍ରରୁ ଅଶୋକ ଚୌହ୍ୱାନଙ୍କୁ ପ୍ରାର୍ଥୀ କଲା ବିଜେପି – Kalinga News

[ad_1]
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେପି ଏବଂ ଶିବସେନା (ସିନ୍ଦେ) ଗୋଷ୍ଠୀର ୩ ପ୍ରମୁଖ ନେତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଗୁଜରାଟରୁ ପ୍ରାର୍ଥୀ କରାଯାଇଥିବାବେଳେ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚୌହ୍ୱାନଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପିର ସହଯୋଗୀ ଦଳ ଶିବସେନା ମିଲିନ୍ଦ ଦେଓରାକୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରିଛି। ବିଜେପି ଏହାର ସଦ୍ୟତମ ତାଲିକାରେ ଗୁଜରାଟରୁ ୪ ଜଣ ଏବଂ ମହାରାଷ୍ଟ୍ରରୁ ୩ ଜଣଙ୍କ ନାମ ଘୋଷଣା କରିଛି। ନଡ୍ଡାଙ୍କ ବ୍ୟତୀତ ବିଜେପି ଗୁଜରାଟରୁ ଗୋବିନ୍ଦଭାଇ ଢୋଲକିଆ, ମାୟାନଭାଇ ନାୟକ ଓ ଯଶବନ୍ତ ସିଂହ ପରମାରଙ୍କୁ ପ୍ରାର୍ଥୀ କରିଛି। ମହାରାଷ୍ଟ୍ର ପାଇଁ ବିଜେପି ମେଧା କୁଲକର୍ଣ୍ଣି ଏବଂ ଅଜିତ ଗୋପଛାଡେଙ୍କ ନାମ ଘୋଷଣା କରିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌହାନ କଂଗ୍ରେସ ଛାଡ଼ି ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବାପରେ ତାଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଶାସିତ ପାହାଡ଼ିଆ ରାଜ୍ୟରୁ ଏକମାତ୍ର ଆସନ ଜିତିବା ପାଇଁ ବିଜେପି ପାଖରେ ସଂଖ୍ୟା ନ ଥିବାରୁ ବର୍ତ୍ତମାନ ହିମାଚଳ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିବା ନଡ୍ଡାଙ୍କୁ ଗୁଜରାଟରୁ ପ୍ରାର୍ଥୀ କରାଯାଇଛି। ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମଧ୍ୟପ୍ରଦେଶରୁ ଏଲ୍ ମୁରୁଗାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ବିଜେପି ଘୋଷଣା କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରୁଗାନଙ୍କ ବ୍ୟତୀତ ମଧ୍ୟପ୍ରଦେଶରୁ ବିଜେପି ଆଉ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଉମେଶ ନାଥ ମହାରାଜ, ମାୟା ମାରୋଲିଆ ଓ ବଂଶୀଲାଲ ଗୁର୍ଜର।
[ad_2]