ଖେଳ ଖବର

ଟିମ୍ ଇଣ୍ଡିଆର ବିଜୟ ପରେଡ୍,ମେରାଇନ ବିଚ୍ ରେ ଜନ ସମୁଦ୍ର

ଟି-୨୦ ବିଶ୍ବକପ ଜିତିବା ପରେ ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍ । ଟିମ ଇଣ୍ଡିଆର ସଦସ୍ୟମାନେ ଆଜି ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହା ପରେ ଅପରାହ୍ଣରେ ଏକ ସ୍ବତନ୍ତ୍ର ବିମାନରେ ମୁମ୍ବାଇରେ ପହଞ୍ଚିଥିଲେ । ଟିମ ଇଣ୍ଡିଆକୁ ସ୍ବାଗତ କରିବାକୁ ମୁମ୍ବାଇ ଏୟାରପୋର୍ଟ ବାହାରେ କ୍ରିକେଟପ୍ରେମୀଙ୍କ ପ୍ରବଳ ସମାଗମ ହୋଇଛି । ଟିମ ଇଣ୍ଡିଆର ସଦସ୍ୟମାନେ ଏକ ଖୋଲା ବସରେ ବସି ନାରିମନ ପଏଣ୍ଟରୁ ମେରିନା ବିଚ୍ ଦେଇ ଓ୍ବାଙ୍ଖଡେ ଷ୍ଟାଡିୟମ ଅଭିମୁଖେ ଯାଉଛନ୍ତି । ସେଠାରେ ମୁଖ୍ୟ ବିଜୟ ସମାରୋହ ଆୟୋଜନ କରାଯାଇଛି । ମୁମ୍ବାଇର ମେରିନା ବିଚରେ ପ୍ରବଳ ଜନସମାଗମ ହୋଇଛି ।

ଖେଳାଳିଙ୍କ ଟିକିଏ ଝଲକ ପାଇଁ ମୁମ୍ବାଇର ରାଜରାସ୍ତାରେ ଜମିଛି ଫ୍ୟାନଙ୍କ ଭିଡ଼। ନିଜ ନିଜ ପସନ୍ଦ ଖେଳାଳିଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଫ୍ୟାନଙ୍କ ପାଇଁ ଏହା କୌଣସି ଏକ ବଡ଼ ମୁହୂର୍ତ୍ତଠାରୁ କମ୍ ନୁହେଁ। ଏପରିକି ପୂରା ଟିମ୍ ମଧ୍ୟ ଏଭଳି ସମ୍ମାନ ପାଇ ଗଦଗଦ ହୋଇପଡ଼ିଛନ୍ତି। ବିଶ୍ବ ବିଜେତା ଟିମ୍ ଆଜି ସକାଳେ ଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଟି-୨୦ ୱାର୍ଲଡ କପରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଶୁଭେଛା ଜଣାଇଛନ୍ତି। ବାର୍ବାଡୋସରୁ ଦିଲ୍ଲୀକୁ ସ୍ବତନ୍ତ୍ର ବିମାନରେ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିବା ସହ ମୋଦିଙ୍କ ସହ ବ୍ରେକଫାଷ୍ଟ କରିଥିଲେ ଭାରତୀୟ ଟିମର ସଦସ୍ୟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button