ବିସିସିଆଇର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକଙ୍କ ଖୋଜା ଚାଲିଥିବା ବେଳେ ଏପରି କହିଲେ ଗାଙ୍ଗୁଲି – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ଖୋଜା ଚାଲିଛି। କାରଣ ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆଗାମୀ ଟି -୨୦ ବିଶ୍ୱକପ ୨୦୨୪ ପରେ ଶେଷ ହେବ।

Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ବିସିସିଆଇ ଏହି କାର୍ଯ୍ୟ ପାଇଁ କିଛି ବ୍ୟକ୍ତିଙ୍କ ନିକଟକୁ ଯାଇସାରିଛି। ତେବେ ଏହି ତାଲିକା ମଧ୍ୟରେ ଗୌତମ ଗମ୍ଭୀର ଓ ଆଶିଷ ନେହେରାଙ୍କ ନାମ ରହିଛି।
ଏହି ପଦବୀକୁ ନେଇ ଏବେ ଜୋର୍ଦାର୍ ଚର୍ଚ୍ଚା ଚାଲିଥିବା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ଏକ ଆକର୍ଷଣୀୟ ବାର୍ତ୍ତା ପୋଷ୍ଟ କରିଛନ୍ତି।
The coach’s significance in one’s life, their guidance, and relentless training shape the future of any person, both on and off the field. So choose the coach and institution wisely…
— Sourav Ganguly (@SGanguly99) May 30, 2024
ସେ ତାଙ୍କ ପୋଷ୍ଟ୍ରେ, ‘‘ ଜଣେ ବ୍ୟକ୍ତିଙ୍କ ଜୀବନରେ ପ୍ରଶିକ୍ଷକଙ୍କ ମହତ୍ବ, ସେମାନଙ୍କ ମାର୍ଗଦର୍ଶନ ଏବଂ ନିରନ୍ତର ତାଲିମର ପ୍ରଭାବ ଉଭୟ ପଡ଼ିଆରେ ତଥା ପଡ଼ିଆ ବାହାରେ ରହିିଛି। ଯାହାକି ଯେକୌଣସି ବ୍ୟକ୍ତିଙ୍କ ଭବିଷ୍ୟତକୁ ଆକୃଷ୍ଟ କରିଥାଏ। ତେଣୁ କୋଚ୍ ଏବଂ ଅନୁଷ୍ଠାନକୁ ଚତୁରତାର ସହ ବାଛନ୍ତୁ’’ ବୋଲି ଲେଖିଛନ୍ତି।
ଆବେଦନ ପାଇଁ ଶେଷ ତାରିଖ ମେ ୨୭ ପର୍ଯ୍ୟନ୍ତ ଥିଲା। କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ଦ୍ରାବିଡଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ବିସିସିଆଇ ତତ୍ପର ନୁହେଁ। ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ବର୍ତ୍ତମାନ ଟି -୨୦ ବିଶ୍ୱକପ ୨୦୨୪ ଉପରେ ଧ୍ୟାନ ଦେଉଛନ୍ତି।
[ad_2]