ଖେଳ ଖବର

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦

ସମାଜ ଡିଜିଟାଲ ଡେସ୍କ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଆଜି ମ୍ୟାଚ ଜିତିଲେ ଭାରତୀୟ ଦଳ ସିରିଜ କବଜା କରିବ। ତେଣୁ ଆଜିର ମ୍ୟାଚ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଆପଣାଇବ ଭାରତୀୟ ଦଳ।

ସେପଟେ ମ୍ୟାଚରେ ବ୍ୟାକ୍‌ଫୁଟ କରିବାକୁ ବାଂଲାଦେଶକୁ ଆଜିର ମ୍ୟାଚ ଜିତିବାକୁ ସମସ୍ତ ପ୍ରୟାସ କରିବ। ଗ୍ୱାଲିୟରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଥିଲା। ୧୨୮ ରନ ଟାର୍ଗେଟକୁ ସହଜରେ ପୂରଣ କରିଥିଲା ଦଳ।

Related Articles

Leave a Reply

Your email address will not be published. Required fields are marked *

Back to top button