ଅପରାଧ

ପୋଲ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର – Kalinga News

[ad_1]

ରାଉରକେଲା : ଜାତୀୟ ରାଜପଥ ନଂ ୧୪୩ର ତରକେରା ପୋଲ ତଳୁ  ଗୁରୁବାର ପୂର୍ବାହ୍ନ  ପ୍ରାୟ ୯ ଟା ସମୟରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଉରକେଲା ଡିଲକ୍ସ ଗଳିର ପୱନ ଅଗ୍ରୱାଲ (୭୫)। ଗତକାଲି ସେ ଘରୁ ନିଖୋଜ ଥିଲେ।

ପରିବାର ଲୋକ ଏ ନେଇ ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୁରୁବାର ସକାଳେ ପୋଲ ତଳେ ଶବ ଭାସୁଥିବା ଦେଖି ଲୋକେ ରଘୁନାଟପାଲି ଥାନାକୁ ସୂଚନା ଦେଇଥିଲେ।

ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button