ଅପରାଧ

ହାଥରସର ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଯୁକ୍ତ ଭୋଲେ ବାବା – Kalinga News

[ad_1]

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସର ହୃଦୟଥରା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ସତସଙ୍ଗ ଦଳାଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇ ହାଥରସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଦଳାଚକଟା ପରେ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା ? ଦଳାଚକଟା ପାଇଁ ଦାୟୀ କିଏ ? କେଉଁ ପରିସ୍ଥିତିରେ ଏସବୁ ହେଲା? ଏମିତି କିଛି ପ୍ରଶ୍ନ ଉଠୁଥିବା ବେଳେ ଅଘଟଣର କାରଣ ଖୋଜା ଚାଲିଛି। ତାହା ସହ ତଦନ୍ତ ମଧ୍ୟ ଚାଲିଛି।

ଏନେଇ ଏବେ ନିଜର ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଭୋଲେ ବାବା। ସେ କହିଛନ୍ତି, ‘‘ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ଆମେ ସମବେଦନା ବ୍ୟକ୍ତ କରୁଛୁ ଓ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ।

କେମିତି ସତସଙ୍ଗ ଆୟୋଜକଙ୍କ ଖାମଖିଆଲି ପାଇଁ ୧୨୧ ଜଣ ନୀରିହ ଲୋକଙ୍କ ଜୀବନ ଗଲା ତାହା ଏବେ ଆଲୋଚନାର ବିଷୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେବଡ କାର୍ଯ୍ୟକ୍ରମ ହେଉଥିଲା ମାତ୍ର ସୁରକ୍ଷା ବ୍ୟବସ୍ଥା ପ୍ରତି ପୂରା ଅଣଦେଖା କରାଯାଇଥିଲା । ଅବ୍ୟବସ୍ଥା ପାଇଁ ହିଁ ଏମିତି ଆଉ ଏତେବଡ କାଣ୍ଡ ହେଲା।

ସୂଚନା ଅନୁସାରେ ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା। ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ୟ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button