ରାଜନୀତି

ଶଙ୍ଖ ଶିବିରରେ ବିଭୀଷଣ କିଏ? ‘ଦୁଇଜଣ ଦଳ ଭାଙ୍ଗିପାରିବେ ନାହିଁ, ଆମେ ଏକାଠି ଅଛୁ’ – Kalinga News

[ad_1]

‘ବିଜେପି ବିଧାୟକଙ୍କ ଶିବିରରେ ଲିଟୁ, ବାଇଁଆ’ ବିକାଶର କୌଣସି ଦଳ ନାହିଁ-ବାବୁ ସିଂ

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ଏହି ଝଡ଼ କର୍ପୋରେଟର ସ୍ତରରେ ମଧ୍ୟ ପହଞ୍ଚିଛି। ବିଜେଡିର ଦୁଇ ବିଧାୟକଙ୍କୁ ବିରୋଧ କରି ନିର୍ବାଚନ ପୂର୍ବରୁ ଟିକେଟ୍‌ ଆଶାରେ ପ୍ରଚାର ଚଲାଇଥିବା ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କର ଦଳ ବିରୋଧୀ ବୟାନ ଚର୍ଚ୍ଚାରେ ରହିଆସିଛି। ତେ‌ବେ ଗତକାଲି ଓ ଆଜି ବାଇଁଆ ଦେଇଥିବା ବୟାନ କେବଳ ବିଜେଡି ନୁହେଁ, ବରଂ ରାଜନୈତିକ ମହଲରେ ହଟ୍ଟଚମଟ ସୃଷ୍ଟି କରିଛି। ‘ଦଳରେ ବିଭୀଷଣ ଅଛନ୍ତି। ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଦଳୀୟ ନେତା। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କୁ ତାହା କରିବାକୁ ଦିଆଯିବ ନାହିଁ।’ ବାଇଁଆ ଏଭଳି ବୟାନ ଦେବା ପରେ ବିଜେଡି ମଧ୍ୟ ଚୁପ୍‌ ରହିନାହିଁ। ବାଇଁଆଙ୍କ ବୟାନ ପରେ ବିଜେଡିର ବରିଷ୍ଠ କର୍ପୋରେଟରମାନେ ରାଜମହଲ ଛକ ଆର୍ଯ୍ୟା ପ୍ୟାଲେସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇଁଆଙ୍କୁ କଡ଼ା ଜବାବ ଦେଇଛନ୍ତି। ଦଳ ଯେମିତି ଥିଲା ସେମିତି ଅଛି। ‌ଗୋଟାଏ ଦି’ଟା ଲୋକ ଦଳକୁ ଭାଙ୍ଗି ପାରିବେନି କିମ୍ବା ଆଉ କାହାକୁ ବିଭୀଷଣ କହି ନିଜେ ଖସି ପାରିବେନି। ଜାହାଜ କଣା ହେଲେ ବା ବୁଡ଼ିବା ଆଶଙ୍କା ଦେଖାଦେଲେ ଆଗ ମୂଷାମାନେ ଡେଇଁପଡ଼ନ୍ତି। ଏଭଳି ମୂଷ‌ାମାନେ ବିଜେଡିରୁ ଏବେ ପଳାଇବାକୁ ବାଟ ଖୋଜୁଛନ୍ତି ଓ ଅପରିପକ୍ବ ମତ ଦେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ନୃପେଶ ନାୟକ କହିଛନ୍ତି।

ଗତକାଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ବୈଠକ ହୋଇଥିଲା। ଏଥିରେ ମଧ୍ୟ ବିଧାୟକଙ୍କ ସମେତ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର କେତେକ କର୍ପୋରେଟର ଯୋଗ ଦେଇଥିଲେ। ଏହି ବୈଠକରେ ବାଇଁଆ ସାମିଲ ନଥିଲେ। ଗଣମାଧ୍ୟମକୁ କହିଥିଲେ, ଏକାମ୍ର ବିଜେଡି ବିଧାୟକ ପ୍ରାର୍ଥୀ ହାରି ଯାଇଥିବା ବେଳେ ମଧ୍ୟ ବିଧାୟକ ଅଳ୍ପ ଭୋଟ୍‌ରେ ଜିତି ଯାଇଛନ୍ତି। ଦଳରେ ସେମାନଙ୍କର ଗୁରୁତ୍ବ ବଢ଼ାଇବା ପାଇଁ ବିଶୃଙ୍ଖଳା କରିବାକୁ ଚାହୁଛନ୍ତି। କିଛି କର୍ପୋରେଟରଙ୍କୁ ଏକାଠି କରି ଦଳ ଭାଗ ଭାଗ କରିବାକୁ ଚାହୁଛନ୍ତି। ବାଇଁଆଙ୍କର ଏଭଳି ଯୁକ୍ତିକୁ ଲିଟୁ ମଧ୍ୟ ସମର୍ଥନ କରିଥିଲେ। ସେପଟେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଦଳ ଯେମିତି ଥିଲା ସେମିତି ଅଛି। କର୍ପୋରେଟରମାନେ ମଧ୍ୟ ଏକାଠି ଅଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ବିଜେଡିରେ ବିଭୀଷଣ କିଏ? କର୍ପୋ‌ରେଟରମାନଙ୍କୁ କିଏ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି? ବାଇଁଆ ନାଁ ନ ନେଇ କାହାକୁ ଇଙ୍ଗିତ କରୁଛନ୍ତି? ବିଏମ୍‌ସିରେ ବିଜେଡିର ୫୭ କର୍ପୋରେଟର ଅଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ ଆଧାରରେ ଯଦି ଏମାନେ ଏକାଠି ଅଛନ୍ତି, ତେବେ ବାଇଁଆଙ୍କ ବୟାନ କେତେଦୂର ଠିକ୍‌? ବଡ଼କଥା ହେଉଛି, ଆଜି ଆର୍ଯ୍ୟ ପ୍ୟାଲେସ୍‌‌ରେ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। କିନ୍ତୁ ବାଇଁଆ ବୟାନ ଦେଇଥିଲେ, ଏଠାରେ ବିଜେଡିର କେତେକ କର୍ପୋରେଟର ଲୁଚି ଲୁଚି ‌ବୈଠକ କରୁଥିଲେ। ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଯିବାରୁ ସେମାନେ ଭୟଭୀତ ହୋଇପଡ଼ିଥିଲେ। ଅନନ୍ତ କମ୍‌ ଭୋଟ୍‌ରେ ଜିତିଛନ୍ତି। ଅଶୋକ ପଣ୍ଡା ହାରି ଯାଇଛନ୍ତି। ଏଣୁ ଏମାନେ ନିଜର ଦବଦବା ରଖିବା ପାଇଁ କର୍ପୋରେଟରଙ୍କୁ ଭାଗ ଭାଗ କରି ରଖୁଛନ୍ତି। ୫୭ ଜଣ କର୍ପୋରେଟର ଅଛନ୍ତି। କିନ୍ତୁ ଏଠାରେ ୨୨ ଜଣ କାହିଁକି ବସିଥିଲେ? ବୋଲି ସେ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ ଯେ ନିର୍ବାଚନ ପୂର୍ବରୁ ବାଇଁଆ ଓ ଲିଟୁ ବିଧାୟକ ଟିକେଟ ଆଶାରେ କ୍ୟାମ୍ପେନିଂ ଆରମ୍ଭ କରିଥିଲେ। ବୁନୁଙ୍କ ବିରୋଧରେ ବାଇଁଆ ଓ ଆଶୋକ ପଣ୍ଡାଙ୍କ ବିରୋଧରେ ଲିଟୁ ବୟାନ ଦେଉଥିଲେ। ଉଭୟଙ୍କୁ ବୁଝାସୁଝା କରାଯାଇ ଶାନ୍ତ କରାଯାଇଥିଲା। ଉଭୟ ମଧ୍ୟ ଓ ଏକାମ୍ର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାରରୁ ଦୂରରେ ରହିଥିଲେ। ନିର୍ବାଚନରେ ଏକାମ୍ରରୁ ବିଜେପି ପ୍ରାର୍ଥୀ ବାବୁ ସିଂହ ବିଜୟ ଲାଭ କରିବା ପରେ ବିଭିନ୍ନ ସମୟରେ ବିଜେପି ବିଧାୟକଙ୍କ ସହ ଲିଟୁ ଓ ବାଇଁଆ ନଜରକୁ ଆସିଥିଲେ। ଲିଟୁ ବିଏମ୍‌ସିର ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ ପଦ ଜିତିବା ପରେ ତାଙ୍କ ସହ ବିଜେପି କର୍ପୋରେଟରମାନେ ଖୁସି ମନାଉଥିବା ଦେଖାଯାଇଥିଲା। କେତେକ ବିଜେଡି କର୍ପୋରେଟର ଦଳ ଛାଡ଼ୁଥିବା ମଧ୍ୟ ବାଇଁଆ ବିଭିନ୍ନ ସମୟରେ ଗଣମାଧ୍ୟମରେ ବିବୃତି ରଖିଥିଲେ। ଏହାକୁ ନେଇ ଆଜି ବାବୁ ସିଂହ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ବିକାଶର କୌଣସି ଦଳ ନଥାଏ। ମୁଁ ବିଜେପିର ବିଧାୟକ ନୁହେଁ ମୁଁ ଏକାମ୍ରର ବିଧାୟକ। ଲଢ଼ୁଥିବା ବେଳେ ବିଜେପି ଥିଲି, ଏବେ ସବୁ ଦଳର ନେତା ମୁଁ। ସବୁ ଲୋକଙ୍କ ଅଭିଯୋଗ ଶୁଣିବା, ଲୋକଙ୍କ ପାଇଁ କାମ କରିବା ପାଇଁ ମୋର ପ୍ରାଥମିକତା। ପ୍ରତିଦ୍ବନ୍ଦୀ ଯିଏ ଥିଲେ ତାଙ୍କୁ ବି ଆହ୍ୱାନ ଦେଉଛି ସେ ଆସନ୍ତୁ ମୋ ସହ ମିଶି କାମ କରନ୍ତୁ। ମତେ କିଏ ଭେଟିଲେ କଣ ଅସୁବିଧା ଅଛି? ସମସ୍ତେ ମୋ ଭାଇ, ଭଉଣୀ। ପୂର୍ବରୁ ବିଭିନ୍ନ ଦଳ ଛାଡି କେତେକ ବିଜେପିରେ ମିଶିଛନ୍ତି, ଏହା ନୂଆ କଥା ନୁହେଁ। ଦେଶର ସର୍ବ ବୃହତ ଦଳ ହୋଇଥିବାରୁ କିଏ ମିଶିବେ ତାହା ରାଜ୍ୟ ସଭାପତି ନିର୍ଣ୍ଣୟ କରିବେ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button