ରାଜନୀତି

ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ଜିନା ସାମଲ

ଓଡ଼ିଆ ସିନେଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଆଜି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ବିଜେଡିରେ ଯୋଗ ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ମନମୋହନ ସାମଊଙ୍କ ନିକଟକୁ ପଠାଥିଲେ। ଜୀନା ବାଲେଶ୍ବର ଜିଲ୍ଲା ଭୋଗରାଇ ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ। ମ‌ାତ୍ର ବିଜେପି ତାଙ୍କୁ ଟିକେଟ ନ ଦେବା ଫଳରେ ସେ ଦଳ ଛାଡ଼ିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଜୀନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ୨୦୨୩ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ଆଉ ଆଜି ବିଜେଡି ରେ ଯୋଗ ଦେଇଛନ୍ତି । ସେ ଶଙ୍ଖ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇଛନ୍ତି ।

ପୂର୍ବରୁ ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ସିଦ୍ଧାନ୍ତ, ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ହରିହର ମହାପାତ୍ର ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ସକ୍ରିୟ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button