ରାଜନୀତି

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ବିଷାକ୍ତ ହେଉଛି ପ୍ରଚାର ଅଭିଯାନ – Kalinga News

[ad_1]

ଜେଡିଏସ୍ ସାଂସଦ ପ୍ରଜ୍ୱଲ ଓ ତାଙ୍କ ପିତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍‌ ସାଂସଦ ପ୍ରଜ୍ବଲ ରେବନ୍ନାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଭିଡିଓ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟର କଂଗ୍ରେସ ସରକାର ଏହି ଭିଡିଓକୁ ଅସ୍ତ୍ର କରି ଜେଡିଏସ୍‌ ନେତାଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସାଂସଦ ପ୍ରଜ୍ୱଲ ଏବଂ ତାଙ୍କ ବିଧାୟକ ପିତା ଏଚ୍‌ଡି ରେବନ୍ନାଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏଚ୍‌ଡି ରେବନ୍ନା ଏବଂ ପ୍ରଜ୍ବଳ ନିଜ ଘରେ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ। ୪୭ ବର୍ଷୀୟା ମହିଳା ଜଣକ ତାଙ୍କ ଅଭିଯୋଗରେ ପ୍ରଜ୍ବଳଙ୍କ ସହିତ ତାଙ୍କ ବାପାଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିବାରୁ ଏହା ପଛରେ ବହୁତ ବଡ଼ ଷଡ଼୍‌ଯନ୍ତ୍ର ରହିଛି ବୋଲି ଜେଡିଏସ୍‌ କହିଛି।

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏବେ ଏହି ସେକ୍ସ ସ୍କାଣ୍ଡାଲ୍‌ ହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଉକ୍ତ ଭାଇରାଲ ଭିଡିଓ ସହିତ ବିଭିନ୍ନ ମନ୍ତବ୍ୟ ଓ ଅଶ୍ଳୀଳ ‌ଫଟୋ ସୋସିଆଲ ମିଡିଆରେ ପ୍ରସାର ହେଉଥିବାରୁ ପ୍ରଚାର ଅଭିଯାକ୍ତ ବିଷାକ୍ତ ହୋଇଯାଇଛି। ଆଜି ପ୍ରଜ୍ବଲ କହିଛନ୍ତି ଯେ ତାଙ୍କ ବିରୋଧରେ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ହୋଇଛି ଏବଂ ଏକ ସଂପାଦିତ ବିକୃତ ଭିଡିଓ ପୋଷ୍ଟ କରି ଅନର୍ଥ ସୃଷ୍ଟି କରାଯାଇଛି। ସେ ଏହା ବିରୋଧରେ ଆଜି ପୁଲିସରେ ମାମଲା ରୁଜୁ କରିଛନ୍ତି। ବିଜେପି ଓ ଜେଡିଏସ୍‌ ପକ୍ଷରୁ ଆଜି ଏକ ମିଳିତ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇଛି ଏବଂ ଭୋଟର୍‌ମାନେ କଂଗ୍ରେସ ଦ୍ବାରା ବିଭ୍ରାନ୍ତ ନ ହେବାକୁ କୁହାଯାଇଛି । ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ଆଜି ଅଭିଯୋଗ କରିଛନ୍ତି ଯେ ପ୍ରସାରିତ ହେଉଥିବା ସଂପାଦିତ ଭିଡିଓଗୁଡ଼ିକ କିଛି କଂଗ୍ରେସ ନେତାଙ୍କ ବିକୃତ ଚିନ୍ତନର ପରିଣାମ। ଭୋଟର୍‌ଙ୍କୁ ବିଭ୍ରାନ୍ତ କରି କେବଳ ହଇଚଇ ସୃଷ୍ଟି ଉଦ୍ଦେଶ୍ୟରେ ତାଙ୍କୁ ବଦନାମ କରାଯାଉଥିବାରୁ ଏହାର ଜୋରଦାର ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ସେକ୍ସ କେଳେଙ୍କାରୀର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି ଏବଂ ଏ ବାବଦରେ ରାଜ୍ୟ ମହିଳା କମିସନଙ୍କ ଅନୁରୋଧକ୍ରମେ ଏଫ୍‌ଆଇଆର୍‌ ଦାଖଲ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଶ୍ଳୀଳ ଭିଡିଓ କ୍ଲିପ୍ ପ୍ରାଥମିକ ଦୃଷ୍ଟିରୁ ଅସଲି ଭଳି ମନେହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button