ରଙ୍ଗିଲା ବାବାଙ୍କ ଫିଟିଲା ଗୁମର: ମଦ ଓ ନିଶାରେ ଚୁର୍ ରହି ନାବାଳିକା ଶିଷ୍ୟାଙ୍କ ସହ ରାତି କାଟୁଛନ୍ତି – Kalinga News

[ad_1]
ନୂଆଦିଲ୍ଲୀ: ହାଥରସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୧ରେ ପହଞ୍ଚିଛି। ଏହି ଘଟଣା ପରେ ଭୋଲେ ବାବା ଫେରାର ଅଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ବାବାଙ୍କ ଆଶ୍ରମରେ ରହୁଥିବା ରଂଜିତ ସିଂହ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ ଭୋଲେ ବାବାଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ରଂଜିତ ସିଂହଙ୍କ କହିବା ଅନୁଯାୟୀ ଭୋଲେ ବାବାଙ୍କ ପାଖରେ କୌଣସି ବିଶେଷ ଶକ୍ତି ନାହିଁ, ସେ କେବଳ ବିଶେଷ ଶକ୍ତି ଥିବାର ମିଛ ପ୍ରଚାର କରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ରଂଜିତ ସିଂହ କହିଛନ୍ତି, ମୋ ବାପା ୧୫ ବର୍ଷ ହେବ ବାବାଙ୍କ ଆଶ୍ରମରେ ରହୁଛନ୍ତି। ଭୋଲେ ବାବାଙ୍କ ଗାଁ ଯେଉଁଠି ଅଛି ଆମେ ସେଠାରୁ ଆସିଛୁ। ମୋର ପିଲାଦିନ ସେହି ଗାଁରେ କଟିଥିଲା। ବାବାଙ୍କ ପିତା ନହ୍ନେ ବାବୁ ଜଣେ କୃଷକ ଥିଲେ। ପୁଲିସ ଚାକିରି ଛାଡିବା ପରେ ବାବା ପ୍ରଥମେ ନିଜର ଏଜେଣ୍ଟଙ୍କୁ ପ୍ରସ୍ତୁତ କରିଥିଲେ। ଏଜେଣ୍ଟ ସଂଗ୍ରହ କରିବା ପରେ ବାବା ତାଙ୍କୁ ଟଙ୍କା ଦେଇ ନିଜର ପ୍ରଚାର କରାଉଥିଲେ। ସେ ଏଜେଣ୍ଟମାନଙ୍କୁ କହୁଥିଲେ ଯେ ସେମାନେ ବାବାଙ୍କ ହାତ ଓ ପାଦରେ ଶଙ୍ଖ, ଚକ୍ର, ତ୍ରିଶୂଳ ଆଦି ଚିହ୍ନ ଅଛି ବୋଲି ପ୍ରଚାର କରନ୍ତୁ, ଯାହାଫଳରେ ଲୋକମାନେ ତାଙ୍କୁ ଭଗବାନଙ୍କ ଅବତାର ବୋଲି ମନେ କରିବେ। ଏଜେଣ୍ଟମାନେ ଟଙ୍କା ପାଇଁ ସାଧାରଣ ଜନତାଙ୍କୁ ବାବାଙ୍କ ମହିମା କହି ଆକୃଷ୍ଟ କରୁଥିଲେ। ରଂଜିତ ସିଂହ କହିଛନ୍ତି ଯେ ସମୟ କ୍ରମେ ବାବା ତାଙ୍କ ଏଜେଣ୍ଟମାନଙ୍କୁ ଦେଶର ଅନ୍ୟ ରାଜ୍ୟକୁ ପଠାଇ ସେଠାରେ ନିଜର ସତ୍ସଙ୍ଗ ଆୟୋଜନ କରିବା ଆରମ୍ଭ କଲେ। ଧୀରେ ଧୀରେ ବାବା ନିଜର ଏକ ବିଶାଳ ଗୋଷ୍ଠୀ ମଧ୍ୟ ପ୍ରସ୍ତୁତ କଲେ। କ୍ରମଶଃ ଜନସାଧାରଣ ବାବାଙ୍କୁ ଭଗବାନ ଭାବରେ ଦେଖିବା ଆରମ୍ଭ କଲେ।
ରଂଜିତ ଆହୁରି କହିଛନ୍ତି ଯେ ବାବାଙ୍କ ଆଶ୍ରମରେ ୧୬-୧୭ ବର୍ଷର ଅନେକ ଝିଅ ରହନ୍ତି, ଯାହାଙ୍କୁ ବାବା ତାଙ୍କ ଶିଷ୍ୟା ବୋଲି କୁହନ୍ତି। ସେ ଏହି ଝିଅମାନଙ୍କ ଦ୍ବାରା ଭୁଲ କାମ ମଧ୍ୟ କରାଇଥାନ୍ତି ଓ ତାଙ୍କ ଗହଣରେ ରାତି କଟାଇଥାନ୍ତି। ଏଥିସହ ବାବା ସିଗାରେଟ୍ ଓ ମଦ୍ୟପାନ କରନ୍ତି। ଯଦି କିଏ ବାବାଙ୍କ ବିରୋଧରେ ଯିବାର ସୂଚନା ମିଳେ ତେବେ ଗୁମର ଫିଟିବା ଭୟରେ ବାବା ତାଙ୍କୁ ରାସ୍ତାରୁ ହଟାଇ ଦିଅନ୍ତି। ବାହାଦୁରନଗରରେ ଆଶ୍ଚର୍ଯ୍ୟଜନକ ଭାବେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଯାହାଙ୍କ ମୃତଦେହର କୌଣସି ପତ୍ତା ମିଳେନାହିଁ। ବାବା ପୂର୍ବରୁ ଥରେ ଜେଲ ମଧ୍ୟ ଯାଇସାରିଛନ୍ତି। ବାବା ଯାହା ବି ଭୁଲ୍ କାମ କରନ୍ତି, ଏଜେଣ୍ଟମାନେ ତାକୁ ସୁଧାରି ଦିଅନ୍ତି। ଏବେ ଆଶ୍ରମକୁ ବିପୁଳ କଳାଟଙ୍କା ଆସୁଛି। ବାବା ବେଆଇନ ନିର୍ମାଣ କରିଛନ୍ତି ଏବଂ ଗାଁରେ ଜବରଦଖଲ କରିଛନ୍ତି।
ବାବାଙ୍କ ସହ ଷଡ଼ଯନ୍ତ୍ରରେ ତାଙ୍କ ପତ୍ନୀ ସମ୍ପୃକ୍ତ ଅଛନ୍ତି। ବାବାଙ୍କ ସହ ଅନେକ ବଡ଼ ବଡ଼ ଲୋକ ଅଛନ୍ତି। ବାବା ଏତେ ଟଙ୍କା କେଉଁଠୁ ଆଣୁଛନ୍ତି କେହି ଜାଣନ୍ତି ନାହିଁ। ଏଠାକୁ ଟ୍ରକ୍ ଟ୍ରକ୍ ମାଲ ଆସୁଛି, ଯାହା କେହି ଜାଣନ୍ତି ନାହିଁ। ନିଜର ଗୁମର ଖୋଲିଯିବା ଭୟରେ ବାବା କୌଣସି ଗ୍ରାମବାସୀଙ୍କୁ ତାଙ୍କ ଆଶ୍ରମରେ ରହିବାକୁ ଦିଅନ୍ତି ନାହିଁ। ବାବା ନିଜର ଏକ ସେନା ଗଢ଼ିଛନ୍ତି, ଯାହାଙ୍କୁ ସେ ଏକ ଅଲଗା ୟୁନିଫର୍ମ ଦେଇଛନ୍ତି। ରଂଜିତ ସିଂହ ଆହୁରି କହିଛନ୍ତି, ବାବାଙ୍କର ଅନେକ ଗାଡି ରହିଛି ଯାହା ଅନ୍ୟମାନଙ୍କ ନାମରେ କିଣାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିର ନାମ ନନେଇ କହିଛନ୍ତି ଯେ ଏହି ବାବାଙ୍କର କେଉଁ ଦଳ ସହିତ ଘନିଷ୍ଠ ସଂପର୍କ ରହିଛି ତାହା ସମସ୍ତେ ଜାଣନ୍ତି।
[ad_2]