ଫଡ଼ନାବିସଙ୍କ ଇସ୍ତଫା ପ୍ରସ୍ତାବକୁ ଶାହଙ୍କ ପ୍ରତ୍ୟାଖ୍ୟାନ – Kalinga News

[ad_1]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। ନୈତିକତା ଦୃଷ୍ଟିରୁ ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଛନ୍ତି ଏବଂ ସେ ତାଙ୍କର ଏହି ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଫଡ଼ନାବିସଙ୍କର ଏଭଳି ନିଷ୍ପତ୍ତି ପରେ ତାଙ୍କୁ ଅନେକ ନେତା ବୁଝାଇବାକୁ ଚେଷ୍ଟା କରିଛନ୍ତି। ତେବେ ଜାଣିବାକୁ ମିଳିଛି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫଡ଼ନାବିସଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ସରକାରରେ କାର୍ଯ୍ୟ ଜାରି ରଖିବାପାଇଁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡ଼ନାବିସ ହେଉଛନ୍ତି ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀର ଏନସିପି ସରକାରର ଏକ ଅଂଶ। ଅବିଭାଜିତ ଶିବସେନା ଏବଂ ବିଜେପି ୨୦୧୯ରେ ମହାରାଷ୍ଟ୍ରରେ ୪୮ ଆସନରୁ ୪୧ ଆସନରେ ଜିତିଥିଲେ। କିନ୍ତୁ ନୂଆ ମେଣ୍ଟ ମାତ୍ର ୧୭ ଆସନରେ ଜିତିପାରିଛି। ଅନ୍ୟପକ୍ଷେ କଂଗ୍ରେସ, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଏନସିପି (ଶରଦଚନ୍ଦ୍ର ପାୱାର) ମହା ବିକାଶ ଅଘାଡ଼ି ୩୦ ଲୋକସଭା ଆସନ ଜିତିଛନ୍ତି।
[ad_2]




