ଅପରାଧ

ପ୍ରଥମେ ବାବା ବାହାରକୁ ଯିବେ; ଏଭଳି କହି ଅଣନିଶ୍ବାସୀ ହୋଇଯାଉଥିବା ଭକ୍ତଙ୍କୁ ଛାଡ଼ିନଥିଲେ ସେବାଦାର – Kalinga News

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଏକ ସତସଙ୍ଗ ସମୟରେ ୧୨୧ଜଣଙ୍କର ମୃତ୍ୟୁ ଘଟିଛି। ଏହି ସତସଙ୍ଗ ବାବା ନାରାୟଣ ସାକାର ବିଶ୍ୱ ହରି ଓରଫ ଭୋଲେ ବାବାଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା। ଦୁର୍ଘଟଣା ପରେ ବାବା ଫେରାର ଥିବା ଜଣାପଡ଼ିଛି। ପୁଲିସ ଏବେ ତାଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଏହି ଘଟଣା ଘଟିବା ପରେ ବାବାଙ୍କ ଅସଲ ଚେହେରା ସାମ୍ନାକୁ ଆସିବାରେ ଲାଗିଛି। ନିଜକୁ ଧାର୍ମିକ କହୁଥିବା ବାବା  ମଦ ପିଇବାଠାରୁ ଆରମ୍ଭ କରି ନାବାଳିକାଙ୍କ ଦ୍ବାରା ଅଶାଳୀନ କାମ କରାଇବା ଭଳି କାମ ବାବା କରୁଥିଲେ ବୋଲି ଏବେ ସାମ୍ନାକୁ ଆସିଛି।

ତେବେ ମଙ୍ଗଳବାର ଦଳାଚକଟା ଭଳି ଘଟଣା ଘଟିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ଭକ୍ତ କହିଛନ୍ତି ଯେ, ଦିନ ୨ଟାରେ ସତସଙ୍ଗ ସରିବା ପରେ ବାବା ନିଜ ଗାଡ଼ି ଆଡକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଦ ଧୂଳି ନେବା ପାଇଁ ଲକ୍ଷ ଲକ୍ଷ ଭକ୍ତ ତାଙ୍କ ଆଡକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ଆରମ୍ଭ ହୋଇଥିଲା। ଭିତରେ ଏତେ ଲୋକ ଥିବାରୁ ଭିତରଟି ଧୂଳିମୟ ହେବା ସହ ଆମେ ସବୁ ଅଣନିଶ୍ବାସୀ ହୋଇଗଲୁ। ଏହା ପରେ ବାହାରକୁ ବାହାରିବା ପାଇଁ ଆମେ ଗେଟ୍ ଆଡକୁ ଆସିବା ବେଳେ ବାବାଙ୍କ ସେବାଦାରମାନେ ଆମକୁ ଯିବାକୁ ଦେଇନଥିଲେ। ଅଣନିଶ୍ବାସୀ ହୋଇଯାଉଥିବା ହଜାର ହଜାର ଲୋକ ହାତଯୋଡ଼ିଥିଲେ ବି, ବାବା ପ୍ରଥମେ ଯିବେ, ତା’ ପରେ ଭକ୍ତ ବୋଲି କହିଥିଲେ ସେବାଦାର। ଏହି ସମୟ ମଧ୍ୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button