ଅପରାଧ

ସିଓନ୍‌ ହସ୍ପିଟାଲ ପରିସର ଭିତରେ ଦ୍ରୁତ ଗତିରେ ଆସୁଥିବା କାର୍‌ ଧକ୍ଖାରେ ବୃଦ୍ଧାଙ୍କ ମୃତ୍ୟୁ – Kalinga News

[ad_1]

ମୁମ୍ବାଇ: ସେଣ୍ଟ୍ରାଲ ମୁମ୍ବାଇର ଏକ ସିଭିକ ହସ୍ପିଟାଲ ପରିସର ଭିତରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସିଓନ୍‌ ହସ୍ପିଟାଲ୍‌ ନାମରେ ପରିଚିତ ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ସିଓନ୍‌ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ପୀଡ଼ିତା ଜଣେ ମହିଳା। ତାଙ୍କର ପରିଚୟ ମିଳି ପାରିନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ ମହିଳାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା, କିନ୍ତୁ ମାମଲା ରୁଜୁ କରିବା ପୂର୍ବରୁ ଆମେ ହସ୍ପିଟାଲର ବୟାନକୁ ଅପେକ୍ଷା କରିଛୁ।

ଅଧିକାରୀ ଜଣକ କହିଛନ୍ତି ଯେ ଏହି ଘଟଣାରେ ପୁଲିସ ଯେଉଁ ବିବରଣୀ ସଂଗ୍ରହ କରିଛି ତାହା ପ୍ରମାଣ କରୁଛି ଯେ ଡାକ୍ତରଖାନା ପରିସରରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଦୁର୍ଘଟଣା ଘଟାଇବା ଯୋଗୁଁ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ସଂପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ଆମେ ହସ୍ପିଟାଲର ବୟାନକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button