ଅପରାଧ

ପୁଣି ରାଜଧାନୀରେ ଲୁଟ୍: ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା – Kalinga News

[ad_1]

ଭୁବନେଶ୍ବର: ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ। ଭୁବନେଶ୍ୱରରେ ତାଲା ପଡ଼ିଥିବା ଘର ପୁଣି ଟାର୍ଗେଟ କରିଛନ୍ତି ଲୁଟେରା। କପିଳପ୍ରସାଦ କେଳୁଚରଣ ଲେନ ୫ରେ ଥିବା ବନ୍ଦ ଘରେ ଲୁଟେରା କଳାକନା ବୁଲାଇ ଦେଇଛନ୍ତି। ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି।

ଘର ମାଲିକ ଧ୍ରୁବ ପାତ୍ର ଦୁଇ ଦିନ ତଳେ ବେଙ୍ଗାଲୁରୁ ବୁଲିବାକୁ ପରିବାର ସହ ଯାଇଛନ୍ତି। ତେଣୁ ଘର ବନ୍ଦ ରହିଛି। ଆଜି ସକାଳେ ପଡ଼ୋଶୀ ଧ୍ରୁବ ପାତ୍ରଙ୍କ ଘରର ଝରକା ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ କମିସନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button